ବିଗୁଡିଛି ସ୍ଥିତି : ପୁଣି ୩,୩୨, ୭୩୦ଆକ୍ରାନ୍ତ, ୨୨୬୩ ମୃତ

ନୂଆଦିଲ୍ଳୀ: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୩୨,୭୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୨୬୩,୬୯୫କୁ ବୃଦ୍ଧିପାଇଛି । ଦେଶରେ ଅକ୍ସିନେ୍ ଓ ଭେଂଟିଲେଟର ଅଭାବ ଭଳି କାରଣରୁ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଗତକାଲି ଗୋଟିଏ ଦିନରେ ଦେଶରେ ୨୨୬୩ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଗତକାଲି ଗୋଟିଏ ଦିନରେ ଦେଶରେ ୨୨୬୩ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କ ମୃତକଙ୍କ ସଂଖ୍ୟା ୧,୮୬, ୯୨୮କୁ ବୃଦ୍ଧିପାଇଛି । ଦେଶରେ ସମ୍ପ୍ରତି ୨.୪ ନିୟୁତ ସକ୍ରିୟ କୋଭିଡ୍ ଆକ୍ରାନ୍ତ ରହିଛନ୍ତି ।
ଏହି ସମୟ ମଧ୍ୟରେ ଦିଲ୍ଳୀରେ ସର୍ବାଧିକ ୩୦୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦିନକରେ ସେଠାରେ ୨୬ ହଜାରରରୁ ଅଧିକ ନୂଆ ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି । ସେହିଭଳି ମହାରାଷ୍ଟ୍ରରେ ୬୭,୦୧୩ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେହି ରାଜ୍ୟରେ ୫୬୮ ଜଣଙ୍କର ପ୍ରାଣହାନି ଘଟିଛି । ଅନୁରୂପ ଭାବରେ ଉତର ପ୍ରଦେଶରେ ଗୋଟିଏ ଦିନରେ ୩୪,୩୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମହାରାଷ୍ଟ୍ରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୦୯୪,୮୪୦, କେରଳ ୧,୩୨୨,୦୫୪, କର୍ଣ୍ଣାଟକ ୧,୧୦୯, ୬୫୦, ତାମିଲନାଡୁ ୯୬୨,୯୩୫, ଆନ୍ଧ୍ରପ୍ରଦେଶ ୯୪୨,୧୩୫, ଉତରପ୍ରଦେଶ ୯୭୬,୭୬୫ ଏବଂ ଦିଲ୍ଲୀରେ ୯୫୬,୩୪୮କୁ ବୃଦ୍ଧିପାଇଛି ।
ସେହିଭଳି ସମଗ୍ର ବିଶ୍ୱରେ ମୋଟ୍ ୧୪୫,୩୧୨,୨୩୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୩ , ୫୭୯,୮୪୮ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୩,୦୮୪,୩୫୭ ଜଣଙ୍କର ମୁତ୍ୟୁ ଘଟିଛି ।

Leave A Reply

Your email address will not be published.

four + 10 =