ବିଦେଶରୁ ଲଜିଷ୍ଟିକ୍ସ ସହାୟତା ଲୋଡିଲା ଦେଶ

ଭାରତକୁ ସହାୟତା କରିବା ପାଇଁ ଆଗେଇ ଆସିଲା ପ୍ରାନ୍ସ ଓ ବ୍ରିଟେନ୍ ସମେତ ଏକାଧିକ ରାଷ୍ଟ୍ର
ନୂଆଦିଲ୍ଲୀ: ଭାରତରେ ଅକ୍ସିଜେନ ଚାହିଦା ପ୍ରତି ଘଂଟାରେ ବଢିଚାଲିଥିବା ବେଳେ ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇବାକୁ ଭାରତ ଅନୁରୋଧ ଜଣାଇଛି । ଏଭଳି ସଙ୍କଟଜନକ ସମୟରେ ନୂଆଦିଲ୍ଲୀ ‘ ଅକ୍ସିଜେନ ମୈତ୍ରୀ’ ଅଭିଯାନ ଅଧୀନରେ ବିଦେଶରୁ ଅକ୍ସିଜେନ ସିଲିଣ୍ଡର ଏବଂ କଂଟେନର ଆଣିବା ଉଦ୍ୟମ ଆରମ୍ଭ କରିଛି । ଇତିମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା କୋଭିଡ ମହାମାରୀ ସଙ୍କଟର ମୁକାବିଲା କରିବାରେ ଫ୍ରାନ୍ସ ଓ ବିଟ୍ରେନ୍ ଭାରତକୁ ସହଯୋଗର ହାତ ବଢାଇଛନ୍ତି । ସାଂପ୍ରତିକ ସ୍ଥିତିରେ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ସମେତ ଅନ୍ୟ ରାଜ୍ୟଗୁଡିକର ବର୍ଦ୍ଧିତ ଅକ୍ସିଜେନ ଜାହିଦା ପୂରଣ କରିବାକୁ ଅଧିକ ଉତ୍ପାଦନ କରିବା ଏବଂ ତାହା ମହଜୁଦ୍ ରଖିବା ତଥା ପରିବହନ କରିବା ଦେଶପାଇଁ ସବୁଠାରୁ ବଡ ଚାଲେଞ୍ଜ ହୋଇଛି । ଏହାର ମୁକାବିଲା ପାଇଁ ଭାରତ ସରକାର ଅକ୍ସିଜେନ ସିଲିଣ୍ଡର ଏବଂ କଣ୍ଟେନର ଆଣିବାକୁ ବିଭିନ୍ନ ରାଷ୍ଟ୍ର ସହିତ ଯୋଗାଯୋଗ କରୁଛନ୍ତି । ବିଶ୍ୱର ଅନେକ ରାଷ୍ଟ୍ର ଭାରତ ସହିତ ଦୃଢ ଭାବରେ ଛିଡା ହୋଇଥିବା ଏବଂ ସହାୟତ କରିବାକୁ ଆଗେଇ ଆସିଥିବା ବେଳେ କେନ୍ଦ୍ର ସରକାର କେତେକ ରାଷ୍ଟ୍ରରୁ ଉଚ୍ଚ କ୍ଷମତାସଂପନ୍ନ ଟ୍ୟାଙ୍କର / କଣ୍ଟେନର ଏବଂ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.

thirteen − three =