ପୋଲିସ୍‌ ଏସ୍‌.ଆଇ. ମୁରଲୀ ତାତିଙ୍କୁ ଅପହରଣ କରି ପ୍ରଜାକୋର୍ଟରେ ହତ୍ୟା କଲେ ନକ୍ସଲ୍‌

ମାଲକାନଗିରି: ଗର 21 ତାରିଖରେ ଅପହରଣ ହୋଇଥିବା ପୋଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କୁ ଶେଷରେ ପ୍ରଜା କୋର୍ଟ ବସାଇ ମୃତ୍ୟୁ ଦଣ୍ଡ ଦେଲେ ନକ୍ସଲ୍‌ । ସେଦିନ ମୁରଲୀ ଗାଁ ନିକଟକୁ ଏକ ମେଳା ବୁଲିବାକୁ ଯାଉଥିବା ବେଳେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ । ନକ୍ସଲଙ୍କ ଠାରୁ ତାଙ୍କୁ ଫେରାଇ ଆଣିବାକୁ ପୋଲିସ୍‌ ପକ୍ଷରୁ ଅନେକ ରଣ କୌଶଳ କରିଥିଲେ ହେଁ, ସମସ୍ତ ଉପାୟ ଫେଲ୍‌ ମାରିଥିଲା । ଅପହରଣର ତିନି ଦିନ ପରେ ମୁରଲୀଙ୍କ ମୃତ ଦେହ ଆଜି ବିଜାପୁରର କୁସୁମପାରାଠାରୁ ଉଦ୍ଧାର କରାଯାଇଛି । ନକ୍ସଲ୍‌ ସଂଗଠନ ପାଇଁ କ୍ଷତି ପହଞ୍ଚାଇବାରୁ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ନକ୍ସଲ୍‌ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ହତ୍ୟା କରିବା ପରେ ସେମାନେ ବିଜାପୁରର କୁସୁମପାରାଠାରେ ମୁରଲୀଙ୍କ ମୃତେଦହକୁ ରାସ୍ତା ଉପରେ ଛାଡ଼ି ଚାଲିଯାଇଥିଲେ । ଖବର ପାଇ ପୋଲିସ୍‌ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ମୁରଲୀ ଜଗଦଲପୁରରେ ପୋଲିସ୍‌ ଏସ୍‌.ଆଇ. ଭାବେ କାର୍ଯ୍ୟ କରୁଥିଲେ । ଛୁଟିରେ ଘରକୁ ଯାଇଥିଲେ । ଗାଁ ନିକଟକୁ ଏକ ମେଳା ବୁଲିବାକୁ ଯାଉଥିବା ବେଳେ ପାଲନାର ଠାରୁ ନକ୍ସଲ୍‌ମାନେ ତାଙ୍କୁ ଅପହରଣ କରିନେଇଥିଲେ । ପୋଲିସକୁ ନକ୍ସଲଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଉଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନକ୍ସଲ୍‌ ସଙ୍ଗଠନ ପକ୍ଷରୁ ଜାରି ଏକ ପ୍ରେସ୍‌ ନୋଟିସ୍‌ରେ କୁହାଯାଇଛି ।

Leave A Reply

Your email address will not be published.

11 − seven =