ଦିଲ୍ଳୀରେ ଆଉ ୭ ଦିନ ବଢିଲା ଲକ୍ଡାଉନ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଥିବାରୁ ଦିଲ୍ଲୀ ସରକାର ଲକ୍ଡାଉନ୍ ଅବଧିକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏନେଇ ଆଜି ଘୋଷଣା କରିବା ସଙ୍ଗେ ସଙ୍ଗେ ମେ’ ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରୀ ରହିବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଏପ୍ରିଲ୍ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକ୍ଡାଉନ୍ ଲାଗୁ ହୋଇଥିଲା । ଯାହାର ଅବଦ୍ଧି ଏପ୍ରିଲ୍ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି । ତେବେ ଲକ୍ଡାଉନ୍ ଅବଧି ସରିବା ପୂର୍ବରୁ ରବିବାର କେଜ୍ରିୱାଲ ସରକାର ଏଥିରେ ବୃଦ୍ଧି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଏବେ ଦୈନଦିନ ସଂକ୍ରମଣ ୨୦ ହଜାର ଉପରେ ରହିଛି । ଦିଲ୍ଲୀରେ ବର୍ତମାନ କରୋନା ପଜିଟିଭ୍ ରେଟ୍ ୩୨ ପ୍ରତିଶତ ଉପରେ ରହିଛି । ଏହା ସହ ବିଭିନ୍ନ ହସ୍ପିଟାଲ୍ରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକ୍ଡାଉନ୍ ବଢାଇବାକୁ ଚିନ୍ତା କରୁଥିଲେ । କାରଣ ଲକ୍ଡାଉନ୍ ଛଡା ସଂକ୍ରମଣ ରୋକିବାକୁ ସରକାରଙ୍କ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଦିଲ୍ଲୀରେ ଥିବା ସମସ୍ତ ଉନ୍ନତ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଦେଖାଦେଇଛି । ଏନେଇ ଗତ କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଟୁଇଟ୍ କରି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ । ଯଦି କାହା ପାଖରେ ବଳକା ଅକ୍ସିଜେନ୍ ମହଜୁଦ ଅଛି, ତେବେ ଦିଲ୍ଳୀକୁ ଯୋଗାଇ ଦିଅନ୍ତୁ ବୋଲି ସେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

17 + 16 =