ରାଜ୍ୟର ୧୮ଟି ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ


ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ୬୧୧୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୩୦ ଜିଲ୍ଲାରୁ ୧୮ଟି ଜିଲ୍ଲାରେ ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ଗତ୍ ୨୩ ଦିନରେ ୬୬, ୪୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ୬୧୧୬ ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ୨୫୭୦ଟି ହୋଇଥିବା ବେଳେ ୩୫୪୬ଟି କ୍ୱାରେଂଟିନ୍ମାମଲା ବୋଲି ଜଣାପଡିଛି । ଏହା ସହ ଗତ ୨୪ ଘଂଟା ଭିତରେ ୪୩୭୫୬ ନମୂନା ପରୀକ୍ଷଣ ହୋଇଛି ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୭୮୫ ଏବଂ ନୂଆପଡାରୁ ୪୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୨ ଜଣ, ବରଗଡରୁ ୨୬୨, ଭଦ୍ରକରୁ ୮୭ ଜଣ, ବଲାଙ୍ଗୀରରୁ ୧୮୯, ବୌଦ୍ଧରୁ ୩୨ ଜଣ, କଟକରୁ ୩୪୩ଜଣ, ଦେଓଗଡରୁ ୩୯ଜଣ, ଢେଙ୍କାନାଳରୁ ୮ଜଣ, ଗଜପତିରୁ ୭୮ଜଣ, ଗଞ୍ଜାମରୁ ୧୩୪ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୩୨୪ଜଣ, ଝାରସୁଗୁଡାରୁ ୨୫୪ ଜଣ, କଳାହାଣ୍ଡିରୁ ୩୨୧ଜଣ, କନ୍ଧମାଳରୁ ୩୬ଜଣ,କେନ୍ଦ୍ରାପଡାରୁ ୪୬ ଜଣ, କେନ୍ଦୁଝରରୁ ୧୧୮ଜଣ, କୋରାପୁଟରୁ ୭୧ଜଣ, ମାଲକାନଗିରିରୁ ୩୨ଜଣ, ମୟୁରଭଞ୍ଜରୁ ୧୫୮ଜଣ, ନବରଙ୍ଗପୁରରୁ ୩୧୮ଜଣ, ନୟାଗଡରୁୁ ୯୯ଜଣ, ପୁରୀରୁ ୧୮୦ଜଣ, ରାୟଗଡାରୁ ୧୦୪ ଜଣ, ସମ୍ବଲପୁରରୁ ୨୮୦ଜଣ, ସୋନପୁରରୁ ୮ଜଣ, ଏବଂ ଷ୍ଟେଟ୍ ପୁଲ୍ରୁ ୧୭୯ଜଣ ସଂକ୍ରମିତ ରହିଛନ୍ତି ।
ଏହା ସହ ଆଜି ୭ଜଣ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ୭ଜଣଙ୍କ ମଧ୍ୟରୁ ରାୟଗଡାରୁ ସର୍ବାଧିକ ୨ଜଣ ଆକ୍ରାନ୍ତ ରହିଛନ୍ତି । ଏହା ସହ ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡରୁ ଜଣେ ଲେଖାଁଲ ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.

two × 3 =