ଭୁବନେଶ୍ବର: ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏଭଳି ସ୍ଥିତି ମଧ୍ୟରେ ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ କଂଗ୍ରେସ ଦାବି କରିଛି । ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, “ନିର୍ବାଚନ ଲଢ଼ିବାକୁ ଦଳ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗାଇ ନୁହେଁ ।“ ଅନ୍ୟପକ୍ଷେ କଂଗ୍ରେସର ଦାବୀରେ ବିଜେଡି ବିଧାୟକ ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘‘ନିର୍ବାଚନ କମିସନ୍ ରଖିଥିବା ପ୍ରୋଟୋକଲ୍ ଅନୁଯାୟି ନିର୍ବାଚନ ହେଉଛି । ଏଥିରେ କୌଣସି ସଭା ଶୋଭାଯାତ୍ରା ନକରିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି” ବୋଲି ସେ କହିଛନ୍ତି । ସେପଟେ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଉପନିର୍ବାଚନ କରିବାକୁ ବିଜେପି ନେତା ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି, ପିପିଲି ନିର୍ବାଚନ ପାଇଁ ନୋଟିଫିକେସନ୍ ହୋଇସାରିଛି ।ତେଣୁ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ ।