ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିସ୍ତିଦାବିରେ ସାମ୍ବାଦିକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧରାଣା

ଜଗତିସିଂହପୁର: ଗତକାଲି ୨୬ତାରିଖ ଦିନ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ ଓ ଚତୁର୍ଥ କିସ୍ତି ଦାବିରେ ସାମ୍ବାଦିକ ବୀରବର ଦଳାଇଙ୍କ ପକ୍ଷରୁ ୬ଘଂଟିଆ ଧାରଣା ଦିଆଯାଇଥିଲା । ଏହି ଧାରଣା ସ୍ଥଳିରେ ସଡିଶା ସାମ୍ବାଦିକ ସଙ୍ଗଠନ ଜଗତସିଂହପୁର ୟୁନିଟର ସାଧାରଣ ସମ୍ପାଦକ ନୃସିଂହଚରଣ ବାରିକ, କୋଷାଧ୍ୟକ୍ଷ ସରୋଜ କୁମାର ନାୟକ, ବେଣୁଧର ନାୟକ, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନା, ସାରଦା ପ୍ରସନ ପରିଜା, ପ୍ରମୋଦ କୁମାର ମଲ୍ଲିକ, ଦୁର୍ଯେ୍ୟାଧନ ମହାରଣା, ଦ୍ୱାରିକା ନାଥ ମହାପାତ୍ର, ନିରଞ୍ଜନ ଦାସ, ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର,ପୁର୍ବତନ ସଭାପତି ଉପେନ୍ଦ୍ର ବିଶ୍ୱାଳ,ମିଡିଆ ସେଲ ସଭାପତି ଗଣେଶ୍ୱର ମହାନ୍ତି, ଜଗନ୍ନାଥ ଦାସ, ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପିର ବରିଷ୍ଠ ନେତା ରାଜକିଶୋର ବେହେରା, ପ୍ରମୁଖ ବହୁ ନେତୃସ୍ଥାନୀୟ ନେତା ଏବଂ ବହୁ ଅନୁଷ୍ଠାନ କର୍ମକର୍ତା ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ୬ଘଂଟିଆ ଧାରଣା ସକାଳ ୭ଟାରୁ ଆରମ୍ଭ ହୋଇ ମ୍ମାହ୍ନ ୧ଘଂଟା ଯାଏ ଚାଲିଥିଲା ।

Leave A Reply

Your email address will not be published.

four + fifteen =