ଭୁବନେଶ୍ୱର: କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ ସମୟରେ ପରିବର୍ତନ କରାଯାଇଛି । ଗ୍ରାହକ ସେବା ସକାଳ ୧୦ଟାରୁ ଅପରାହ୍ନ ଦିନ ୨ଟା ଯାଏଁ ଉପଲବ୍ଧ ହେବ । ହେଲେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବା ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ସେବାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ଆସନ୍ତା ମେ’ ୧୫ ତାରିଖ ଯାଏଁ ଲାଗୁ ରହିବ ଏହି ନୂଆ ନିୟମ । ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ପକ୍ଷରୁ ନିଦେ୍ର୍ଧଶନାମା ଜାରି ହୋଇଛି । ରୋଟେସନ ଆଧାରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିଦେ୍ର୍ଧଶ ରହିଛି । ଏଥିସହ ସବୁ ଜିଲ୍ଲାରେ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିଦେ୍ର୍ଧଶ ରହିଛି