ଆଜିକାଲି ହୃଦ୍ ରୋଗ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। କେବଳ ବୟସ୍କ ନହଁନ୍ତି, ବରଂ ଯୁବ ବୟସ୍କ ବ୍ୟକ୍ତିଙ୍କ ଭିତରେ ବି ଏବେ ଏହି ରୋଗ ଦେଖିବାକୁ ମିଳୁଛି। ଦୂଷିତ ପରିବେଶ ଓ ବିଷାକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ। ଆମେ ସୁସ୍ଥକର ଖାଦ୍ୟ ଖାଇଲେ ଏହି ସମସ୍ୟାକୁ ଏଡ଼େଇ ଦେଇ ପାରିବା। ତେବେ, ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଆମେ ହୃଦ୍ ରୋଗରୁ ମୁକ୍ତି ପାଇପାରିବା।
: ଗାଜର ଖାଇବା ହୃତ୍ପିଣ୍ଡ ପାଇଁ ଖୁବ୍ ଭଲ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର କ୍ୟାରୋଟିନଏଡ୍ସ୍ ଥାଏ। ଏଥିରେ ଥିବା ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ୍ ହୃଦ୍ ରୋଗୀଙ୍କ ପାଇଁ ଖୁବ୍ ଭଲ ହୋଇଥାଏ।
: ବିଲାତି ବାଇଗଣ ଖାଇବା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଥିବା ଲାଇକୋଫିନ୍ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ।
: ବ୍ରୋକୋଲି ଏକ ଖୁବ୍ ଭଲ ପରିବା। ଏଥିରେ ଥିବା ଭିଟାମିନ୍ ସି ହୃଦ୍ ରୋଗ ଦମନ କରିବା ପାଇଁ ଯଥେଷ୍ଟ।
: ଯେତେ ପାରୁଛନ୍ତି ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ। ଏହା କବେଳ ହୃଦ୍ ରୋଗ ନୁହେଁ, ଆହୁରି ଅନେକ ପ୍ରକାର ରୋଗକୁ ଭଲ କରିଥାଏ।
: ପିଆଜ ଓ ରସୁଣ ବି ହୃଦ୍ ରୋଗୀଙ୍କ ପାଇଁ ଭଲ ହୋଇଥାଏ। ଆପଣଙ୍କ ହୃଦ୍ ସମସ୍ୟା ଥିଲେ ଏହାକୁ ଭକ୍ଷଣ କରିପାରିବେ।
: ଆଳୁରେ ପ୍ରଚୁର ପରିମାଣର ପଟ୍ଟାସିୟମ ଅଛି। ତେଣୁ ଆଳୁ ଖାଇବା ଦ୍ବାରା ହୃଦ୍ ରୋଗ ସହ ରକ୍ତ ଚାପ ବି ନିୟନ୍ତ୍ରଣରେ ରହିଥାଏ।