ଆସନ୍ତା ୫ଦିନ ଯାଏଁ ରାଜ୍ୟରେ କାଳବୌଶାଖୀ ସମ୍ଭାବନା


ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନକୁ ଅସହ୍ୟ ହେଉଛି ତାତି । ତେବେ ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାରେ କାଳବୈଶାଖି ହେବାକୁ ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୁୂଚନା ମୁତାବକ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ମଧ୍ୟରୁ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗୁର, ଗଜପତି, କନ୍ଧମାଳ ଓ ରାୟଗଡା ଆଦି ରହିଛି । ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ବି ସମତଭାବନା ରହିଛି । ସେହିପରି ୨୯ ରୁ ୩୦ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହିତ ବିଜୁଳି ଓ ଘଡଘଡି ମାରିବାର ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡିକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଏଥିସହିତ ୩୦ ରୁ ମେ ୧ ତାରିଖ ମଧ୍ୟରେ ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ , ବାଲେଶ୍ୱର, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ଗଜପତି, ମାଲକାନଗିରି ଓ କେରାପୁଟ ଆଦି ଜିଲ୍ଲାରେ ବି କାଳବୈଶାଖୀ ହେବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ ମଇ ୧ରୁ ୩ ତାରିଖ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି

Leave A Reply

Your email address will not be published.

eighteen + fifteen =