ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ଭିତରେ ଅକ୍ସିନେର ଅଭାବ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାର୍ସ ଫଣ୍ଡରୁ ୧ଲକ୍ଷ ପୋର୍ଟେବଲ ଅକ୍ସିଜେନ୍ କନସେନଟ୍ରେଟର କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କହିରଖୁ କି କେରୋନା ସଙ୍କଟ ବେଳେ ତରଳ ମେଡିକାଲ ଅମ୍ଳଜାନର ଅଭାବ ପୁରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ତୁରନ୍ତ ଅକ୍ସିଜେନ କନସେନଟ୍ରେଟର କିଣାଯ୍ଧବ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ । ବୈଠକରେ ପିଏମ କେୟର୍ସ ଫଣ୍ଡରୁ ୭୧୩ ପିଏସଏ ପକଲଟୋ ବ୍ୟତୀତ ୫ଶହ ନୂଆ ଅକ୍ସିଜେନ ପ୍ଲାଣ୍ଟ ପାଇଁ ମଞ୍ଜୁରୀ ଦିଆଯାଇଥିଲା । ସୂଚନାନୁସାରେ କରୋନା ସଙ୍କଟ ଭିତରେ ଦେଶରେ ଅନେକ ରାଜ୍ୟରେ ଏବେ ଅକ୍ସିଜେନର ଅଭାବ ଦେଖା ଦେଇଛି । ତେବେ ଅକ୍ସିଜେନ ଅଭାବରୁ ମେଡିକାଲରେ ଦୈନିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ଦେଖାଦେଉଛି । ଏହି ମାମଲା ଏବେ ହାଇକୋର୍ଟ ରେ ପହଂଚିଛି । ଏନେଇ କୋର୍ଟ ବି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉତ୍ସନା କରିଛନ୍ତି । ଏହାପରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ମେଡିକାଲ ମାନଙ୍କୁ ଅକ୍ସିଜେନ , ବେଡ ଓ ଗେଣ୍ଟିଲେଟର ଯୋଗାଇବାକୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି