କରୋନା ରୋଗୀଙ୍କୁ ଅଟୋ ଚାଳକଙ୍କ ନିଶୁଲ୍କ ସେବା

କଟକ: ସମଗ୍ର ବିଶ୍ୱରେ କରୋନା ତାର ଦ୍ୱିତୀୟ ଲହରର କାୟା ବିସ୍ତାର ଆରମ୍ଭ କରିଦେଲାଣି । ଏହି ମାରାତ୍ମକ ଭୂତାଣୁଠାରୁ ଦୁରେଇ ରହିବା ପାଇଁ ସଚେତନତା ହିଁ ଏକମାତ୍ର ବିକ୍ଳପ ଅଟେ । କିନ୍ତୁ ବର୍ତମାନ ରାଜ୍ୟ ସରକାର ବିଭିନ୍ନ ସହରରେ ଲକଡାଉନ ସହିତ ସର୍ଟ ଡାଉନ୍ ମଧ୍ୟ ଆରମ୍ଭ କରିଦେଇଛନ୍ତିି । ଏଭଳି ସମୟରେ ଗରୀବ ଶ୍ରେଣୀର ଲୋକମାନେ କାମଧନ୍ଦା ଅଭାବରୁ ଦୁର୍ଦ୍ଧିନରେ ଦିନ କାଟୁଥିବା ବେଳେ ଯିଦ ଏହି ସମୟରେ କୈାଣସି ଗରୀବ ରୋଗୀଟିଏ ଘରୁ ମେଡିକାଲ ଯିବା ନିମନ୍ତେ ବାହାରେ ତାହାଲେ ତାପାଇଁ ଯିବା ଅତ୍ୟନ୍ତ କଷ୍ଟକର ହୋଇପଡିବ । ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଚାଉଳିଆଗଂଜର ଯୁବ ସମାଜସେବୀ ଶୀଧର ପୃଷ୍ଟି (କାଠିଆ) ଗରୀବଙ୍କ ଦୁଃଖ ଦୁର୍ଦଶାକୁ ସହି ନପାରି ନିଜର ପରିବାରର ଭରଣ ପୋଷଣ ନିମନ୍ତେ ଚଲାଉଥିବା ଅଟୋକୁ ରୋଗୀମାନଙ୍କୁ ନେବା ଆଣିବା ନିମନ୍ତେ ନିୟୋଜିତ କରିଛନ୍ତି । ଯଦି କୈାଣସି ରୋଗୀ ଏହି ନିଶ୍ଳୁକ ସେବା ପାଇବାକୁ ଚାହୁଁଥାନ୍ତି ତାହାଲେ ୯୬୯୨୪୨୭୩୩୩, ୭୯୭୮୧୭୫୭୭୮ ନମ୍ବରେ ଯୋଗାଯୋଗ କରିବା ପାଇଁ ସମାଜସେବୀ ଶ୍ରୀ ପୃଷ୍ଟି ନିବେଦନ କରିଛନ୍ତି ।

Leave A Reply

Your email address will not be published.

nine + 5 =