ଥରିଲା ଆସାମ : ବହୁ ଘର ଦ୍ୱାର କ୍ଷତିଗ୍ରସ୍ତ

ଗୁଆହାଟି: ଆସାମରେ ଆଜି ସକାଳେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ସକାଳ ୭.୫୧ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ଥିବା ଭାରତର ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସାମର ସୋନିତପୁର ଅନ୍ତର୍ଗତ ଢେକିଆଜୁଲି ନିକଟୈର ଭୂଗର୍ଭର ୧୦ କିଲୋମିଟର ନିମ୍ନରେ ଏହି ଭୂକମ୍ପର ଉପôତି ସ୍ଥଳ ବୋଲି ଜର୍ମାନ୍ ରିସର୍ଚ୍ଚ ସେଂଟର ଫର ଜିଓସାଇନ୍ସେସ୍ (ଜିଏଫ୍ଜେଡ) ପକ୍ଷରୁ କୁହାଯାଇଛି । ୟୁରୋପିଅନ୍-ମେଡିଟେରାନିଅନ୍ ସିସମୋଲୋଜିକାଲ୍ ସେଂଟର (ଇଏମ୍ଏସ୍ସି) ପକ୍ଷରୁ ଏହି ଭୂକମ୍ପର ମାତ୍ରା ୬.୨ ଥିବା କୁହାଯାଇଛି । ଏହାର ପ୍ରଭାବରେ ଆସାମର ଅଧିକଂଶ ଅଞ୍ଚଳ ଥରି ଉଠିଥିଲା । ଭୂମିକମ୍ପ ଯୋଗୁଁ ବହୁ ଘର ଦ୍ୱାର ଭାଙ୍ଗିଯାଇଥିଲା ବେଳେ ରାସ୍ତାଘାଟ କ୍ଷତିଗସ୍ତ ହୋଇଛି । ବିଦ୍ୟୁତ ସରବରାହ ସମ୍ପୁର୍ଣ୍ଣ ବ୍ୟାହାତ ହୋଇଛି । ତେବେ ମୃତାହତଙ୍କ ସମ୍ପର୍କରେ କୌଣସି ସଠିକ୍ ଖବର ମିଳିନାହିଁ ।
କେବଳ ଆସାମ୍ନୁହେଁ ପଶ୍ଚିମବଙ୍ଗ, ଉତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ସମେତ ଲଦାକ ମଧ୍ୟ ଥରିଉଠିଥିଲା । ଏପରିକି ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ବାଂଲାଦେଶରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭତ ହୋଇଥିଲା । ଭୂକମ୍ପ ଅନୁଭତ ହେବା ସମୟରେ କୋଠାବାଡି ଥରି ଉଠିଥିଲା । ଜନସାଧାରଣ ଜୀବନ ବିକଳରେ ଘରୁ ବାହାରୁ ଦୈାଡିବାରେ ଲାଗିଥିଲେ । କେତେକ ସ୍ଥାନାରେ କୋଠାଗୁଡିକରେ ଫାଟ ସୃଷ୍ଟି ହୋଇଥିବା, ସିଲିଂରୁ ସିମେଂଟ ପଲସ୍ତରା ଖସିଥିବା ପ୍ରାଥମିକ ସୂଚନା ମିଳିଛି । ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ଏଯାଏ ହସ୍ତଗତ ହୋଇନାହିଁ ।

Leave A Reply

Your email address will not be published.

three × 2 =