୩,୬୦ଲକ୍ଷ ଆକ୍ରାନ୍ତ : ୩୨୯୩ ମୃତ

ନୂଆଦିଲ୍ଳୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଆଜି ୩ଲକ୍ଷ ୬୦ ହଜାର ଅତିକ୍ରମ କରିଥିଲା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩ହଜାର ପାର ହୋଇଛି । ଆଜି ଦିନକରେ ୩,୬୦,୯୬୦ କରୋନା ଭୂତାଣୁ ଜନିତ ନୂତନ ସଂକ୍ରମଣ ଓ ୩,୨୯୩ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିିତଙ୍କ ସଂଖ୍ୟା ୧,୭୯,୯୭,୨୬୭ରେ ପହଞ୍ଚିଛି । ସେହିପରି ଦେଶରେ ମୃତ୍ୟୁସଂଖ୍ୟା ୨,୦୧,୧୮୭ରେ ପହଞ୍ଚିଛି । ଫଳରେ କରୋନାରୁ ସୁସ୍ଥ ହୋଇଥିବା ୨,୬୧,୧୬୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୪୮,୧୭,୩୭୧ । ଏହାଛଡା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୯,୭୮,୭୦୯ । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୪,୭୮,୨୭,୩୬୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍’ କରିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୨୭ ସୁଦ୍ଧା ସମୁଦାୟ ୨୮,୨୭,୦୩,୭୮୯ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୭,୨୩,୯୧୨ଟି ନମୁନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୁତ୍ରୁର ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଆଜି ଦିନକରେ ୬୭ ହଜାରରୁ ଉଦ୍ଧ୍ୱର୍ ନୂତନ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ କେରଳରେ ୩୨ହଜାର, କର୍ଣ୍ଣାଟକ୍ରେ ୩୧ହଜାର, ଦିଲ୍ଳୀରେ ୨୪ ହଜାର, ରାଜସ୍ଥାନରେ ୨୪ ହଜାର, ପଶ୍ଚିମବଙ୍ଗରେ ୧୬ହଜାର ଓ ଛତିଶଗଡରେ ୧୪ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.

1 × 2 =