ଦିଲ୍ଲୀକା ଲଡ୍ଡୁ ଓ କେଜରିୱାଲ

କଥାରେ ଅଛି ‘ଏ ହୈ ଦିଲ୍ଲୀକା ଲଡ୍ଡୁ, ଯୋ ଖାୟା ଓ ପସ୍ତାୟା, ଯୋ ନେହିଁ ଖାୟା ଓଭି ପସ୍ତାୟା’ । ଏହି କଥାର ସତ୍ୟତାକୁ ଆଉ କେହି ପ୍ରମାଣ କରୁ ବା ନ କରୁ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜରିୱାଲ ୯୯% ପ୍ରମାଣିତ କରିଛନ୍ତି ବୋଲି କହିଲେ, ଏହା ଠିକ୍ ନ ହୋଇପାରେ, କିନ୍ତୁ ଭୁଲ୍ ହେବ ନାହିଁ । ଏକାଧିକ ବାର ମୁଖ୍ୟମନ୍ତ୍ରୀ ରହିବା ସମେତ ଦେଶର ରାଜଧାନୀ ଦିଲ୍ଲୀର ଶାସନ ବ୍ୟବସ୍ଥା ନିୟନ୍ତ୍ରଣାଧିନ କରି ରଖିବା ଛୋଟିଆ କଥା ନୁହେଁ । ବିଶ୍ୱର ଅନ୍ୟତମ ବିଶାଳ ଭୁଖଣ୍ଡ କହିଲେ ଯେଉଁ ଭାରତବର୍ଷକୁ ବୁଝାଇଥାଏ, ସେହି ଦେଶର ରାଜଧାନୀ ଦିଲ୍ଲୀକୁ ରାଜ୍ୟ ସ୍ତରରେ ଶାସନ କରିବା ନିଶ୍ଚିତ ଭାବରେ ଅତୀବ ଗୁରୁ୍ତ୍ୱପୂର୍ଣ୍ଣ । ତେବେ କୋଭିଡ ମହାମାରୀ ୨୦୨୦ରେ ସର୍ବ ପ୍ରଥମେ କେରଳରୁ ଆରମ୍ଭ ହୋଇ ସାରା ଭାରତବର୍ଷକୁ ଏହା ଆକ୍ରାନ୍ତ କରିବା ଏବଂ ଆଜିର ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ଟିକା ଏବଂ ଔଷଧ ଗୁଡିକୁ ନେଇ ଯଦି ଅନୁଶୀଳନ କରାଯାଏ, ତେବେ ଏହାର ବିକଳ୍ପ ନମିଳିବା ବାସ୍ତବରେ ଚିନ୍ତାଜନକ ବିଷୟ । ଯଦି ମିଳିବାର କୌଣସି କ୍ଷୀଣ ସମ୍ଭାବନା ରହିଥାନ୍ତା । ତେବେ ଏପର୍ଯ୍ୟନ୍ତ ଭାରତରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁନଥାନ୍ତା । ତେବେ ସେ ଯାହାହେଉ ନା କାହିଁକି ୨୦୨୧ ଆଦ୍ୟ ଭାଗରେ ଭାରତ ସରକାର ସଂଶୋଧିତ ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ଅଂଚଳ ଆଇନ କାର୍ଯ୍ୟକାରୀ କରିନଥାନ୍ତେ ବୋଲି ଅନେକ ଆଶା ରଖିଥିଲା ବେଳେ ଏହାର ଠିକ୍ ଓଲଟା ଘଟଣା ଘଟିଛି । କେବଳ ସେତିକି ନୁହେଁ, ଏକ ଭର୍ଚୁଆଲ ସମ୍ମିଳନୀରେ କେଜ୍ରିୱାଲଙ୍କ କେତେକ ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଉଦ୍ଧିଷ୍ଟ ରହିଥିଲା ବେଳେ ଏହା କଟୁତିକ୍ତ ମିଶ୍ରିତ ହୋଇଥିବାରୁ ଅସମ୍ମାନ ଜନକ ବୋଲି ସେ କୁଆଡେ ଅନୁଭବ କରିଥିଲେ । ଅନ୍ୟପକ୍ଷରେ କେଜ୍ରିୱାଲ ମଧ୍ୟ ଏପରି ମତାମତ ଲାଗି ଦୁଃଖ ପ୍ରକାଶ କରିଥିଲେ ହେଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ଅତି ଚତୁରତାର ସହ ଗତ ମଙ୍ଗଳବାର ରାତିରେ ‘ଦିଲ୍ଲୀ ରାଷ୍ଟ୍ରୟ ରାଜଧାନୀ ଅଂଚଳ ଶାସନ ଅଧିନିୟମ (ସଂଶୋଧିତ) ୨୦୨୧’ ଆଇନ କାର୍ଯ୍ୟକାରି କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ତତ୍ଦ୍ୱାରା ଉପରାଜ୍ୟପାଳଙ୍କ କ୍ଷମତା ଓ ଅଧିକାର ପରିସର ପ୍ରସାରିତ ହୋଇଥିବାରୁ ଦିଲ୍ଲୀ ସରକାରଙ୍କ କ୍ଷମତା ସଙ୍କୁଚିତ ହୋଇଛି । ଏଣୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀ ସରକାର କହିଲେ, ଏହା ପ୍ରଥମେ ଏଲ୍ଜିଙ୍କୁ ହିଁ ବୁଝାଇବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ଲାଗି ରାଜ୍ୟ ସରକାର ସର୍ବପ୍ରଥମେ ଉପରାଜ୍ୟପାଳଙ୍କ ଠାରୁ ଅନୁମତି ଲୋଡିବେ । ନିର୍ବାଚିତ କେଜ୍ରିୱାଲ ସରକାରଙ୍କ କ୍ଷମତାକୁ ଆଇନ ଗଣ୍ଡି ମଧ୍ୟରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ଉପରାଜ୍ୟପାଳ ନୂତନ ଆଇନ ବଳୟରେ ଦିଲ୍ଳୀର ସର୍ବୋଚ ପଦପଦବିଧାରୀ ଓ ସର୍ବେସବା ହେଇଥିଲା ବେଳେ ଯେକୌଣସି ମନ୍ତାଳୟ ବା ଅନ୍ୟ ଯେ କୌଣସି ବିଭାଗର କାମ ସମ୍ପର୍କରେ କଥା ଉଠିଲେ ପ୍ରଥମେ ଲୋକମାନେ ଏଣିକି ବୁଝିବା ଉଚିତ,ଦିଲ୍ଲୀ ରାଜ୍ୟସରକାର କହିଲେ ଏହା ଉପରାଜ୍ୟପାଳଙ୍କୁ ବୁଝାଇବ । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଣିକି ସତରେ କ’ଣ କେନ୍ଦ୍ରସରକାରଙ୍କ ହାତରେ କଣ୍ଡେଇ ନାଚ କରିବେ?

Leave A Reply

Your email address will not be published.

16 − 7 =