ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି (ଶନିବାର) ଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ଶୁକ୍ରବାର ସକାଳ ସୁଦ୍ଧା ଟିକାକରଣ ପାଇଁ ୨କୋଟି ୪୫ ଲକ୍ଷ ଲୋକ କୋୱିନ୍ ପୋର୍ଟାଲ୍ରେ ପଞ୍ଜିକରଣ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି କେବଳ ଗତକାଲି ୧ କୋଟି ୪ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି । ସେହିପରି ପଞ୍ଜିକରଣର ପ୍ରଥମ ଦିନ ଗତ ୨୮ ତାରିଖରେ ୧,୩୭ କୋଟି ନାଗରିକ ନାମ ପଞ୍ଜିକରଣ କରିଛନ୍ତି । ଟିକା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ପଞ୍ଜିକରଣ କରିବାକୁ କୁହାଯାଇଛି । ଏହି ପୋର୍ଟାଲରେ ପ୍ରତିସେକେଣ୍ଡେରେ ୫୦ ହଜାର ଆବେଦନକୁ ପଞ୍ଜିକରଣ କରାଯାଇପାରିବ । ସୂଚନାଯୋଗ୍ୟ ଆସନ୍ତାକାଲିଠାରୁ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିମାନଙ୍କୁ ଟିକାକରଣ କରାଯିବ ।