ଟିଟିଲାଗଡରେ ୭ଟି ଅବରୋଧ ଅଂଚଳ ଘୋଷିତ

ଟିଟିଲାଗଡ: ଟିଟିଲାଗଡ ସହରରେ ଗତ ୩ ଦିନର କରୋନା ପରୀକ୍ଷା ପରିସଂଖ୍ୟାନ ଦେଖିବାକୁ ଗଲେ ୨୭ରେ ୭୪, ୨୮ରେ ୫୦ ଓ ଗୁରୁବାର ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ଶହ ଟପିଛି । ପରୀକ୍ଷା ନକରି ବାହାରେ ବୁଲୁଥିବା ଜ୍ୱରାକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଏହାକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ତାଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ଗୁରୁବାର (୨୯ ଏପ୍ରିଲ)ରେ ଆଦେଶ ସଂଖ୍ୟା ୨୨୪୮ରେ ସହରର ୭ଟି ସ୍ଥାନକୁ ଅବରୋଧ ଅଂଚଳ ଘୋଷଣା କରିଛନ୍ତି । ସହରର ଉମା ମେଡିକାଲ ହାଉସରୁ କୁନି ଛତର ଘର, ଏଲ୍ଡି ଶର୍ମା ଘରଠାରୁ ସଞ୍ଜୟ ଶର୍ମା ଘର, ଦୀପକ ଶର୍ମା ଘର ଠାରୁ ମଜିଦ ହୁସେନ ଘର, ପ୍ରଦୀପ ଯୋଷୀ ଘର ଠାରୁ ଦୀପକ ସାହୁ ଘର, ଅଞ୍ଜନି ପଟ୍ଟନାୟକ ଘର ଠାରୁ ଲକ୍ଷ୍ମୀ ଅଗ୍ରୱାଲ ଘର, ସାହୁ ଓମଫେଡରୁ ପଣ୍ଡା ପାଥୋଲୋଜି ଆଦି ଅଂଚଳକୁ ବାଉଁଶ ବାଡ ଲଗାଇ ପୋଲିସ ସୁରକ୍ଷା ମଧ୍ୟରେ ୭ ଦିନ ପାଇଁ ଚଳାଚଳ ବନ୍ଦ ଘୋଷଣା କରିଛନ୍ତି । ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ରନାଥ ଶତପଥୀ, ଭାରପ୍ରାପ୍ତ ଥାନା ଅଧିକାରୀ ବୁଲୁ ମୁଣ୍ଡା, ଏମ୍ଆଇ ପଦ୍ମଲୋଚନ ମାଝୀ, ଅଗ୍ନିଶମ ଅଧିକାରୀ ସୌମ୍ୟରଞ୍ଜନ ସେଠୀ, ପୌର ଜେଏସଇ ଶୁଭସ୍ମିତା ଧଳ, ଡା.ଓମକାର ହୋତା, ଡା.ନରେନ୍ଦ୍ର ଧରୁଆ ପ୍ରମୁଖ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀ ଓ ପୌର ୱାର୍ଡ ଅଧିକାରୀଙ୍କୁ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ୱ ମିଳିଛି । ଅନ୍ୟପକ୍ଷରରେ ଉପଖଣ୍ଡ ଡାକ୍ତରଖାନା ତଥା ବିଭିନ୍ନ ୱାର୍ଡ ଗୁଡିକରେ କ୍ରମାନ୍ୱୟରେ ପରୀକ୍ଷା ଚାଲିଛି । ପରୀକ୍ଷା ସଂଖ୍ୟାରେ ହ୍ରାସ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଲୋକ ପରୀକ୍ଷା ପାଇଁ ଆସି କିଟ ସରିଯିବା ନେଇ ନିରାଶ ହୋଇ ଫେରୁଥିବା ଦେଖାଯାଇଛି । ସକାଳୁ ପରୀକ୍ଷା ଆରମ୍ଭ ହୋଇ କିଛି ସମୟ ପରେ ଧାର୍ଯ୍ୟ ଲକ୍ଷ୍ୟ ସରିଯାଉଥିବା କୁହାଯାଉଛି । ବୁଧୁବାର ଉପଖଣ୍ଡ ଡାକ୍ତରଖାନାରେ କିଛି ସମୟ ପାଇଁ ଲୋକେ ପରୀକ୍ଷା ଦାବି କରି ଉତେଜନା ପ୍ରକାଶ ପାଇଥିଲା । ଏହାପରେ ପରୀକ୍ଷା କେନ୍ଦ୍ରକୁ ସ୍ୱାସ୍ଥ୍ୟ କର୍ମଚାରୀ ବନ୍ଦ କରିଦେଇଥିଲେ । ଅନ୍ୟ ସମୟରେ କେହି ଜ୍ୱରରେ ଆକ୍ରାନ୍ତ ପହଂଚିଲେ ତାଙ୍କୁ ପ୍ରଥମେ ଡାକ୍ତରଖାନା ପରିସରସ୍ଥ ପୃଥକବାସ (ଆଇସୋଲେସନ୍ ୱାର୍ଡ)ରେ ୧୦୪ ଜଣ ସଂକ୍ରମିତ ରହିଛନ୍ତି । ଜଣେ ବୃଦ୍ଧା ଟିଟିଲାଗଡରେ ଆଂଟିଜେନରେ କରୋନା ପରୀକ୍ଷା ପରେ ସଂକ୍ରମିତ ଚିହ୍ନଟ ହୋଇ ୪ ଦିନ ଖୋଲାନ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ପୃଥକବାସ (ଆଇସୋଲେସନ ୱାର୍ଡ)ରେ ଭର୍ତି ଥିଲେ । ଆର୍ଟିପିସିଆର୍ ପରୀକ୍ଷାରେ ଅଣସଂକ୍ରମିତ ଚିହ୍ନଟ ହେବା ନେଇ ତାଙ୍କୁ ଛଡାଯାଇଥିବା ବେଳେ ଗ୍ରାମର ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିବା ସ୍ୱାସ୍ଥ୍ୟ ଅଧିକାରୀ ଡା.ମିନକେତନ କିଷାନ କହିଛନ୍ତି । ଖୋଲାନ ପଂଚାୟତରେ ଜଣେ କରୋନା ରୋଗୀଙ୍କ ମୃତୁ୍ୟ ପରେ ଶବ ପହଂଚିବା ନେଇ ପରିବାର ଲୋକେ ପ୍ରଥମେ ଛୁଇଁବାକୁ ମନା କରିଥିଲେ । ବୁଝାସୁଝା ପରେ ପରିବାର ଲୋକେ ଶବଦାହ କରିଥିବା ଡା.କିଷାନ କହିଛନ୍ତି ।

Leave A Reply

Your email address will not be published.

seventeen − 1 =