ଚିନ୍ତା ବଢାଇଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ଆଜି ଦିନକରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ଦିନକରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଛଡା ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧. ଅନୁଗୁଳ ଜିଲ୍ଲାରୁ ୪୧୯, ବାଲେଶ୍ୱର ୧୫୫, ବଲାଙ୍ଗୀରରୁ ୪୫୯, ବରଗଡରୁ ୪୨୩, ଭଦ୍ରକରୁ ୧୦୩, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ମାଲକାନଗିରିରୁ ୩୪, ବୌଦ୍ଧରୁ ୫୭, ଢେଙ୍କାନାଳରୁ ୩୩ ଓ ଜଗତସିଂହପୁରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି ।
ମୟୁରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, କନ୍ଧମାଳରୁ ୫୪, ନୟାଗଡରୁ ୧୬୦, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଦେବଗଡରୁ ୧୦୨, ମୟୁରଭଞ୍ଜରୁ ୨୨୦, ସୋନପୁରରୁ ୯୮ ଓ ଷ୍ଟେଟ୍ ପୁଲ୍ରୁ ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୩୮୦୪୦୦ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ରାଜ୍ୟରେ ୬୧୬୯୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।
ଗତ ୨୪ ଘଂଟାରେ ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ୍ ଓ ସୁନ୍ଦରଗଡରୁ ସର୍ବାଧିକ ୪ଜଣ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏମାନଙ୍କ ମଧ୍ୟରୁ ସୁନ୍ଦରଗଡର ୬୦ ଓ ୬୫ ବର୍ଷିୟ ପୁରୁଷ ଓ ଜଣେ ୧୬ ବର୍ଷୀୟା ଯୁବତୀ ଅଛନ୍ତି । କୋରାପୁଟର ଦୁଇ ପୁରୁଷ (୫୨ ଓ ୫୬), ଜଣେ ମହିଳା ଆକ୍ରାନ୍ତ (୬୦) ପ୍ରାଣ ହରାଇଛନ୍ତି । ଏହାଛଡା ଖୋର୍ଦ୍ଧା ଜଣେ ୫୨ ବର୍ଷିର୍ୟ ପୁରୁଷ ଓ ଜଣେ ୭୪ ବର୍ଷୀୟା ମହିଳା ଅଛନ୍ତି । ରାୟଗଡା ଜିଲ୍ଲାରୁ ୨ଜଣ ୪୮ ଓ ୪୧ ବର୍ଷିର୍ୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ (୭୮ ବର୍ଷିର୍ୟ ପୁରୁଷ), କଳାହାଣ୍ଡି (୬୦ ବର୍ଷିର୍ୟ ପୁରୁଷ ), ନବରଙ୍ଗପୁର (୪୫ ବର୍ଷିର୍ର୍ୟ ପୁରୁଷ) ଓ ସମ୍ବଲପୁରରୁ (୩୦ ବର୍ଷିର୍ୟ ପୁରୁଷ) କରୋନା ପଜିଟିଭ୍ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.

two × one =