ଭିଡ଼ ହଟାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ୍‌

ଉଦଳା: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ପିନ୍ତାରେ ପଡ଼ିଥିବା ବେଳେ ବିଭିନ୍ନ କଟକଣା, ଲକ୍‌ଡାଉନ୍‌, ସଟ୍‌ଡାଉନ କରି ଲୋକମାନଙ୍କୁ ସତର୍କ ରହିବାକୁ ସରକାର ଅନୁରୋଧ କରୁଛନ୍ତି । ଇତି ମଧ୍ମୟରେ ୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧୀନସ୍ତ ଦେବାନବାହାଳି ଗାଁରେ ଚଇତି ପର୍ବ ପାଳନ କରିବାରେ ବ୍ୟସ୍ତ ସେଠାକାର ହଜାର ହଜାର ଅଧୀବାସି । କରୋନା ସମୟରେ ନିୟମ ନ ମାନି ଲୋକେ ଭିଡ଼ ଜମାଇଥିବା ଖବର ପାଇ ସାଠାରେ ପହଞ୍ଚିଥିଲା ଶରତ ଥାନା ପୋଲିସ୍‌ । ଭିଡ଼ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ୍‌ ଉପରେ ପାଲଟା ଆକ୍ରମଣ କରିଥିଲେ ସେଠାରେ ଉପସ୍ଥିତ ଲୋକେ । ସୂଚନାନୁଯାୟୀ, ଏହି ଅବୁଝା ଆକ୍ରମଣରେ ତିନି ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତ ଜଣକ ହେଉଛନ୍ତି ଏଏସ୍‌ଆଇ ବିଶ୍ବଜିତ ମହାପାତ୍ର । ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

four − 2 =