କଟକ: କଟକରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅନୁଯାୟୀ ୩୯୩ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ଜୋରିମାନା ଆଦାୟ କରାଯାଇଛି । ସେହିପରି ୫୬୬ ଜଣ ସାମାଜିକ ଦୂରତା ନରଖିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି ବୋଲି କଟକ ଡିସିପି ଅଫିସ୍ରୁ ଟୁଇଟ୍ ଦ୍ୱାରା ସୂଚନା ଦିଆଯାଇଛି । ତା’ ସହିତ ୭ଟି ଦୋକାନ ମଧ୍ୟ ସିଲ୍ କରାଯାଇଛି ।