ଶନିବାର ଅଫିସ୍ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସମସ୍ତ ସରକାରୀ ଅଫିସ୍ ଶନିବାର ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାସହିତ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିଦେ୍ର୍ଧଶନାମା ଅନୁସାରେ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପଣାମର୍ଶ ଦିଆଯାଇଛି । ସମ୍ପୃକ୍ତ କର୍ମଚାରୀମାନେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଘରୁ ରହି କାମ କରିବାକୁ କୁହାଯାଇଛି । ଯଦି ଅଫିସରେ ଅତ୍ୟନ୍ତ ଜରୁରୀ କାମ ଥିବ ତା’ ହେଲେ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ ସେମାନଙ୍କୁ ଉପସ୍ଥିତ ରହିବକୁ ନିଦେ୍ର୍ଧଶ ଦିଆଯାଇଛି । ଏହାସହିତ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ପ୍ରତି ଶନିବାର ବନ୍ଦ ରହିବ ବୋଲି ସରକାର ନିଦେ୍ର୍ଧଶ ଦିଆଯାଇଛି । ଏହା ସହିତ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ପ୍ରତି ଶନିବାର ବନ୍ଦ ରହିବ ବୋଲି ସରକାର ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟ ସରକାର ପୂର୍ବରୁ ଭୁବନେଶ୍ୱର ଓ କଟକ ସହରରେ ଥିବା ନିଜର ଅଫିସ୍ଗୁଡିକରେ ଅତିକମ୍ରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଜାରି ରଖିବାକୁ ନିଦେ୍ର୍ଧଶନାମା ଜାରି କରିଥିଲେ । ମାତ୍ର କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାପରେ ବିଭାଗଗୁଡିକ ସେମାନଙ୍କ ଅଧୀନରେ ଥିବା ଅଫିସ୍ଗୁଡିକର କେତେ କର୍ମଚାରୀଙ୍କୁ କା କରିହେବ ତା’ର ନିଷ୍ପତି ନେଇପାରିବେ ବୋଲି ସଂଶୋଧିତ ନିଦେ୍ର୍ଧଶନାମା ଜାରି ହୋଇଥିଲା । ଅବଶ୍ୟ ଉପସଚିବଠାରୁ ତଦୁଦ୍ଧ୍ୱର୍ ପାହ୍ୟାର ଅଫିସରମାନେ ନିୟମିତ ଭାବେ ଅଫିସ୍ ଆସିବେ । ଯେଉଁ ଅଫିସରମାନେ ଭିପିଏନ୍ ନେଇଛନ୍ତି ସେମାନେ ଘରୁ ରହି ଅଫିସ୍ କାର୍ଯ୍ୟ କରିବେ । ଆଉ ଆବଶ୍ୟକ ପଡିଲେ ସ୍ୱଳ୍ପ ନୋଟିସ୍ରେ ଅଫିସ୍ ଆସିବେ ବୋଲି ନିଦେ୍ର୍ଧଶ ଦିଆଯାଇଛି । ତେତେ ଅତ୍ୟାବଶ୍ୟକ ସେବା ସହ ଜଡିତ ବିଭାଗ ଯଥା ସ୍ୱତନ୍ତ୍ର ରିଲିଫ କମିାନର ଓ ଓସଡମା କାର୍ଯ୍ୟାଳୟ, ପୋଲିସ୍, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଓ ମ୍ୟୁନିସପାଲ ସେବାର କାର୍ମଚାରୀମାନେ କାର୍ଯ୍ୟ କରୁଥିବା ଅଫିସ୍ଗୁଡିକ ସମ୍ପୂର୍ଣ୍ଣ ଷ୍ଟାଫ୍ରେ ଚାଲିବ । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ଭଳି କୋଭିଡ ଗାଇଡଲାଇନ୍କୁ କଡାକଡି ଭାବେ ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।

Leave A Reply

Your email address will not be published.

two + seven =