ରାସ୍ତାରୁ ସୁନା ଟଙ୍କା ପାଇ ଫେରାଇଲେ
ରାୟଗଡ,୪ ।୦୬(ନି.ପ୍ର.): ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅର୍ନ୍ତଗତ ଜେକେପୁର ନିକଟବର୍ତୀ ନାଗାବଳୀ ବ୍ରିଜ ରାସ୍ତା ଉପରେ ଗୋଟିଏ ପର୍ସ ପାଇଥିଲେ ଜଣେ ଯୁବକ । ପର୍ସଟିର ଚେନ ଖୋଲି ଦେଖିବା ବେଳକୁ ସେଥିରେ ୪ଟି ସୁନା ଖାସୁ, ୨ହଜାର ଟଙ୍କା ଓ ଗୋଟିଏ ଏଟିଏମ କାର୍ଡ ରହିଥିଲା । ଉକ୍ତ ଯୁବକ ପର୍ସକୁ ନେଇ ନିକଟସ୍ଥ ଚାନ୍ଦିଲି ଥାନା ଡିଏସପି ଅରୁଣ ଅଭିଷେକ ବେହେରାଙ୍କୁ ବାଟରେ ପାଇଥିବା କହି ହସ୍ତାନ୍ତର କରିଥିଲେ । ଘଟଣାକୁ ନେଇ ଥାନାର ସେକେଣ୍ଡ ଅଫିସର ଗରିଶଚନ୍ଦ୍ର ମହାରଣାଙ୍କୁ ଅନୁସନ୍ଧାନ କରି ପର୍ସ ହଜେଇଥିବା ଲୋକଙ୍କୁ ଡାକି ଫେରସ୍ତ କରିବା ପାଇଁ ଡିଏସପି ଶ୍ରୀ ବେହେରା ନିର୍ଦେଶ ଦେଇଥିଲେ । ସେକେଣ୍ଡ ଅଫିସର ଶ୍ରୀ ମହାରଣା ଏଟିଏମ କାର୍ଡ ଆଧାରରେ ଅନୁସନ୍ଧାନ କରି ଦୁର୍ଗ ପଂଚାୟତର ଶିବରାମପୁର ଗ୍ରାମର କବିତା ଉଲାକା ବୋଲି ଜଣେ ମହିଳାଙ୍କ ବୋଲି ଜାଣିବାକୁ ପାଇଥିଲେ । ପରେ ତାଙ୍କୁ ଖବର ଦେବା ପରେ ମହିଳା ଜଣକ ଥାନାକୁ ଆସିବା ପରେ ଯୁବକ ଜଣକ ପାଇଥିବା ପର୍ସଟିକୁ ହସ୍ତାନ୍ତର କରିଥିଲେ । ବର୍ତମାନ ଲକଡାଉନ ବେଳେ ଟଙ୍କା ପଇସାର ଅଭାବ ସମୟରେ ସୁନାଟଙ୍କା ପାଇ ମଧ୍ୟ ପର୍ସଟିକୁ ଫେରାଇ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱର ଜିଲ୍ଳାର ଯୁବକ ଜଗନ୍ନାଥ ଦାଶ । ସେ ଜେକେପୁର ଅଂଚଳରେ କାମ କରିବାକୁ ଆସି ଜେକେପୁର ସହରରେ ରହୁଛନ୍ତି ।
ତେବେ ମହିଳାଟି ନିଜ ପୁଅକୁ ପୀତାମହଲ ଚକ୍ଷୁ ଚିକିତ୍ସାଳୟକୁ ଚକ୍ଷୁ ଚିକିତ୍ସା ପାଇଁ ଯାଇ ଫେରୁଥିବା ବେଳେ ତାହା ବାଟରେ ହଜି ଯାଇଥିଲା । ଯାହାକୁ ନେଇ ସେ ବହୁତ ଚିନ୍ତିତ ଥିବା ବେଳେ ଯୁବକ ଜଗନ୍ନାଥ ମାନବିକତା ଦେଖାଇ ପର୍ସଟିକୁ ଫେରସ୍ତ କରିଥିବାରୁ ମହିଳା କବିତାଙ୍କ ସମେତ ଜେକେପୁର ଅଂଚଳରେ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।