୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ମାଡି ଆସୁଛି ଆଉ ଏକ ବାତ୍ୟା । ଗତବର୍ଷର ବାତ୍ୟା ‘ଅମ୍ଫାନ’ ଭଳି ଏହା ମଧ୍ୟ ଶକ୍ତିଶାଳୀ ହେବ । ମେ’ ଦ୍ୱିତୀୟ ସପ୍ତାହ ଅର୍ଥାତ ପ୍ରାୟ ୧୩ ତାରିଖ ବେଳକୁ ଏହି ବାତ୍ୟା ଆସିପାରେ । କିଛି ମଡେଲ୍ ଏମିତି ପୂର୍ବାନୁମାନ କରିଛନ୍ତି । ଆମେରିକାର ଗ୍ଲୋବାଲ ଫୋର୍‌କାଷ୍ଠ ମଡେଲର ସୂଚନା ମୁତାବକ , ମେ’ ୧୦ ତାରିଖ ଆଡ଼କୁ ବଙ୍ଗୋପସାଗାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପାବର୍ତ୍ତି ମୁହୂର୍ତ୍ତରେ ଏହା ଘନୀଭୂତ ହୋଇ ୧୨ ତାରିଖ ବେଳକୁ ଲଘୁଚାପରେ ଓ ଅଧିକ ଘନୀଭୂତ ହୋଇ ୧୩ ତାରିଖ ଆଡକୁ ବାତ୍ୟାର ରୂପ ନେବ । ଏହା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ଆଶଙ୍କା ରହିଛି । ଅପର ପକ୍ଷରେ ଆଉ କିଛି ମଡେଲ ଆକଳନ କରୁଛନ୍ତି ଯେ ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ । ବାତ୍ୟାର ରୂପ ନେବାର ସମ୍ଭାବନା ନାହିଁ । ସାଧାରଣତଃ ମେ’ ଓ ଅକ୍ଟୋବର ଆସିଲେ ଓଡ଼ିଶାବସୀଙ୍କ ମନରେ ଛନକା ପଶେ । ବାତ୍ୟାପ୍ରବଣ ଓଡ଼ିଶାରେ ଏହି ଦୁଇ ମାସରେ ବଡ ଧରଣର ବାତ୍ୟା ଆସିଥାଏ । ଲଗାତାର ଭାବେ ଏମିତି ବାତ୍ୟା ଓଡ଼ିଶାବାସୀଙ୍କୁ ଡରାଇ ଚାଲିଛି । ତେବେ ମେ’ ଆରମ୍ଭ ହେଉ ଆଉ ଏକ ବାତ୍ୟା ସୃଷ୍ଟିର ସୂଚନା ରାଜ୍ୟାବସୀଙ୍କ ଶଙ୍କାଗ୍ରସ୍ତ କଲାଣି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି , ବର୍ତ୍ତମାନ ଓଡ଼ିଶାକୁ କୌଣସି ବାତ୍ୟାର ସମ୍ଭାବନା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ନାହିଁ । ବଙ୍ଗୋପସାଗରରେ ସେଭଳି କିଛି ସିଷ୍ଟମ୍ ସୃଷ୍ଟି ହେଲେ ଆମେ ଖୁବ୍ ଶୀଘ୍ର ସୂଚନା ଦେବୁ ବୋଲି ସେ କହିଛନ୍ତି । ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି , ୧୦ ଓ ୧୧ ତାରିଖ ଆଡକୁ ଦକ୍ଷିଣ ବଙ୍ଗୋସାଗରରେ ଏକ ସୃଷ୍ଟି ହେବ । କିନ୍ତୁ ଏହା ବାତ୍ୟା ରୂପ ନେବାର ଏଯାଏ କୌଣସି ସମ୍ଭାବନା ପ୍ରକାଶ ପାଇଁ ନାହିଁ । ମୌସୁମୀ ଆସିବା ପୂର୍ବରୁ ଏମିତି ଅନେକଗୁଡିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ । ଆଉ ଏହି ସବୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ ରିବାରେ ସାହାର୍ଯ୍ୟ କରେ । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ କେଉଁ ରୂପ ନେବ ସେ ନେଇ ଷ୍ଣ ଦିନ ପରେ ଅଧିକ ସ୍ପଷ୍ଟ କହିହେବ ବୋଲି ଶ୍ରୀ ସାହୁ କହିଛନ୍ତି । ତେବେ ଏବେ ବାତ୍ୟା ନେଇ କୌଣସି ସୂଚନା ନ ଥିବା ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.

1 × 2 =