ରିପୋର୍ଟିଂରୁ ଗଣମାଧ୍ୟମକୁ ନିବୃତ କରାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଉଚ୍ଚ ନ୍ୟାୟାଳୟ ଦେଉଥିବା ମୌଖିକ ମନ୍ତବ୍ୟକୁ ରିପୋର୍ଟିଙ୍ଗ କରିବାରୁ ଗଣମାଧ୍ୟମକୁ ନିବୃତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ।
ମାଡ୍ରାସ ହାଇକୋର୍ଟଙ୍କ ‘ନରହତ୍ୟା ମାମଲା’ଦାୟର ମନ୍ତବ୍ୟ ବିରୋଧରେ ଭାରତର ନିର୍ବାଚନ କମିସନ୍ ଦାୟର କରିଥିବା ପିଟିସନ୍‌ର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଦେଶରେ କୋଭିଡ-୧୯ର ମାରାତ୍ମକ ପ୍ରବାହ ଚାଲିଥିବା ବେଳେ ରାଜନୈତିକ ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିବା କାରଣରୁ ମାଡ୍ରାସ୍ ହାଇକୋର୍ଟ ଭାରତର ନିର୍ବାଚନ କମିସନ୍‌ଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
ଭାରତର ନିର୍ବାଚନ କମିସନ୍‌ଙ୍କ ତରଫରୁ ବରିଷ୍ଠ ଆଡଭୋକେଟ୍ ରାକେଶ ଦ୍ୱିବେଦୀ ହାଜର ହୋଇଥିଲେ । ତାଙ୍କୁ ବିଚାରପତି ଚନ୍ଦ୍ରଚୂଡ କହିଲେ, ଅଦାଲରେ ହେଉଥିବା ଆଲୋଚନା ସଂକ୍ରାନ୍ତରେ ଗଣମାଧ୍ୟମ ରିପୋର୍ଟ କରିପାରିବ ନାହିଁ ବୋଲି ଆମେ କହିପାରିବୁ ନାହିଁ । ଆଲୋଚ୍ୟ ପ୍ରସଙ୍ଗ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଅଦାଲତଙ୍କ ଚୂଡାନ୍ତ ଆଦେଶ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଅଦାଲତରେ ହେଉଥିବା ଆଲୋଚନା ହେଉଛି ‘ବାର୍‌’ ଓ ‘ବେଞ୍ଚ’ ମଧ୍ୟରେ ଆଳାପ । ଏହି ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାରେ ଗଣମାଧ୍ୟମ ହେଉଛି ଅତନ୍ଦ୍ର ପ୍ରହରୀ । ଗଣମାଧ୍ୟମ ଜନସାଧାରଣଙ୍କ ମଧ୍ୟରେ ଆସ୍ଥାହ ବୃଦ୍ଧି କରେ । ବିଚାରପତି ଚନ୍ଦ୍ରଚୂଡ ସିଂହ ଆହୁରି ମଧ୍ୟ କହିଲେ, ଆମେ ହାଇକୋର୍ଟମାନଙ୍କୁ ନିରୁତ୍ସାହ କରିବୁ ନାହିଁ । ସେମାନେ ଆମ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।

Leave A Reply

Your email address will not be published.

5 + fourteen =