ପୁଣି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ଏହାକୁ ନେଇ ପିପିଲି ଉପନିର୍ବାଚନ କିପରି ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଆସନ୍ତା 16 ତରିଖରେ ପିପିଲି ଉପନିର୍ବାଚନ କରାଯିବାକୁ ସ୍ଥିର ହୋଇସାରିଥିଲା । ହେଲେ ଏଭଳି ଜୀବନ ମରଣ ପରିସ୍ଥିତିକୁ ଉପଲବ୍ଧି କରି ଭାରତୀୟ ନିର୍ବାଚନ କମିସନ ପିପିଲି ଉପନିର୍ବାଚନକୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଏନେଇ କୋଭିଡ୍‌ ପରିସ୍ଥିତି ସୁଧୁରିବା ପରେ ବିଜ୍ଞପ୍ତି ଜାରି ହେବ ବୋଲି କୁହାଯାଇଛି । ତେବେ ଓଡ଼ିଶାର ପିପିଲି ସମେତ ପଶ୍ଚିମବଙ୍ଗର ଦୁଇଟି ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏଥି ସହିତ ଭାରତୀୟ ନିର୍ବାଚନ କମିସନ୍‌ ଆଜିଠାରୁ ଏସବୁ ଅଞ୍ଚଳରେ ଲାଗୁ ହୋଉଥିବା ଆଦର୍ଶ ଆଚରଣ ବିଧିକୁ ଉଠାଇ ନେଇଛନ୍ତି । ତେବେ ପିପିଲି ଉପନିର୍ବାଚନକୁ 16 ତାରିଖରେ କରାଯାଇ 19 ତାରିଖରେ ଗଣତି ଓ 21 ତାରିଖ ସୁଦ୍ଧା ସମୁଦାୟ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବାକୁ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଥିଲେ । ଏହା ପୂର୍ବରୁ ଏପ୍ରିଲ୍ 17 ରେ ପିପିଲିରେ ନିର୍ବାଚନ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା ବେଳେ, ଏପ୍ରିଲ୍‌ 14 ରେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ହଠାତ୍‌ ମୃତ୍ୟୁ ହୋଇଯିବାରୁ ସେତେବେଳେ ନିର୍ପାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହି ନର୍ବାଚନକୁ ମେ’ 13 ରେ କରାଯିବାକୁ କୁହାଯାଇଥିଲେ ମଧ୍ୟ ଇଦ୍‌ ପଡ଼ିପାରେ ବୋଲି ଦର୍ଶାଇ କମିସନର ଭୋଟ ଗ୍ରହଣ ପାଇଁ 16 ତାରିଖକୁ ନିର୍ଦ୍ଧାରଣ କରିଥିଲେ । ବର୍ତ୍ତମାନ ତାହା ମଧ୍ୟ ଅନିରଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରାଗଲା ।

Leave A Reply

Your email address will not be published.

fifteen + one =