ବିହାରରେ ମେ’ ୧୫ ଯାଏଁ ଲକ୍‌ଡାଉନ୍‌

ବିହାର: ବିହାରରେ ବଢ଼ି ଚାଲିଛି କରୋନା ସଂକ୍ରମଣ ଏହାକୁ ନଜରରେ ରଖି ରାଜ୍ୟ ସରକାର ମେ’ ୧୫ ଯାଏଁ ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହାସହ ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନର ଅଭାବ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ବିଭିନ୍ନ ଆଡୁ ଚାପ ମଧ୍ୟ ପଡିଥିଲା । ତେବେ ଲକ୍‌ଡାଉନ୍ ବେଳେ ସମସ୍ତ ଜରୁରୀ କାଳୀନ ସେବା ଜାରି ରହିବ । ଲୋକମାନେ ଜରୁରୀ ସେବା ପାଇଁ ସୁବିଧାରେ ଯାଆସ କରିପାରିବେ । ହେଲେ ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିର୍ତମାନ ବିହାରରେ କରୋନା ପଜିଟିଭଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇ ସାରିଛି । ଏମାନଙ୍କ ମଧ୍ୟରେ ୩ ଲକ୍ଷ ୯୮ ହଜାର ୫୫୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ହେଲେ ୧୦୭୬୬୭ ଜଣ ଏବେ ସୁଦ୍ଧା ସକ୍ରିୟ ରହିଛନ୍ତି । ସେପଟେ ୨ ହଜାର ୮୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି ।

Leave A Reply

Your email address will not be published.

two × 2 =