ସ୍କୁଲ ମିଶ୍ରଣ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଭୁବନେଶ୍ୱର: କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ପୂର୍ବରୁ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ୨୦ରୁ କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପାଇଁ ନିଷ୍ପତି ହୋଇଥିଲା । ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନା ଯୋଗ୍ୟ, ଅଳ୍ପ ସଂଖ୍ୟାକ ଛାତ୍ରାଛାତ୍ରୀ ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ମାର୍ଚ୍ଚ ୩୦ରେ ହାଇକୋର୍ଟ ଏଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଥିଲେ । ରାଜ୍ୟ ସରକାର ଏ ସମ୍ପର୍କରେ ଏପ୍ରିଲ ୧୩ ତାରିଖ ସୁଦ୍ଧା ନିଷ୍ପତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାର କଣ ନିଷ୍ପତି ନେବେ ସେ ସମ୍ପର୍କରେ କୋର୍ଟ କିଛି କହିନଥିଲେ । ଏହି ସମୟରେ ଯେଉଁ ସରକାରୀ ନିଷ୍ପତି ହେବ, ସେଥିରେ ଯଦି ଆବେଦନକାରୀ ସନ୍ତୁଷ୍ଟ ନ ହେବେ, ସେ ପୁନଃ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ପୂର୍ବରୁ ରାଜ୍ୟ ସରକାର ନେଇଥିବା ନିଷ୍ପତି ଅନୁଯାୟୀ ଯଦି କୌଣସି ସରକାରୀ ସ୍କୁଲରେ ୨୦ରୁ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥାଆନ୍ତି, ତେବେ ସେହି ସ୍କୁଲକୁ ବନ୍ଦ କରିଦେବା ସହ ନିକଟସ୍ଥ ସ୍କୁଲ ସହ ଉକ୍ତ ସ୍କୁଲକୁ ମିଶାଇ ଦିଆଯିବ । ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରି ରାଜ୍ୟ ଅଭିଭାବକ ମହାସଂଘ ତରଫରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା ।

Leave A Reply

Your email address will not be published.

three × 1 =