ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦% ଅତୁଟ

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ମରାଠୀମାନଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୬% ସଂରକ୍ଷଣ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟ ଆଜି ରଦ୍ କରିଦେଇଛନ୍ତି । ଏଥି ସହ କୌଣସି କ୍ଷେତ୍ରରେ ସଂରକ୍ଷଣ ସୀମା ୫୦%ରୁ ଅଧିକ ହେବ ନାହିଁ ଏବଂ ଇନ୍ଦିରା ସାହନୀ ମାମଲାରେ ପୁନର୍ବାର ବିଚାର କରିବାର ଆବଶ୍ୟକତା ନାହିଁ ବୋଲି ଅଦାଲତ୍ ସ୍ପଷ୍ଟ କରିଦେଇଛନ୍ତି ।
ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ୱରେ ବଚାରପତି ଏଲ୍ ନାଗେଶ୍ୱର ରାଓ, ଏସ୍ ଅପଦୁଲ୍ ନାଜିର, ହେମନ୍ତ ଗୁପ୍ତା ଏବଂ ଏସ୍ ରବିନ୍ଦ୍ର ଭାଟ୍‌ଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମୁମ୍ବାଇ ହାଇକୋର୍ଟଙ୍କ ହାୟଙ୍କୁ ଚ୍ୟାଲେଞ୍ଜ କରି ଆଗତ ଏକାଧିକ ପିଟିସନ୍‌ର ଶୁଣାଣି କରି କହିଛନ୍ତି ଯେ, ମରାଠି ସମ୍ପ୍ରଦାୟଙ୍କୁ ୧୬% ସଂରକ୍ଷଣ ଦିଆଯାଇ ସଂରକ୍ଷଣର ଅଧିକତମ ସୀମା ୫୦%କୁ ଉଲ୍ଲଂଘନ କରିବାର କୌଣସି ଯର୍ଥାଥ କାରଣ ନାହିଁ ଯାହା ଅସାମ୍ବିଧାନିକ । ସଂରକ୍ଷଣ ସୀମା ୫୦% ଅତିକ୍ରମ କରିବା ସମାନତାର ମୌଳିକ ଅଧିକାର ବିରୋଧୀ ବୋଲି ଖଣ୍ଡପୀଠ କହିଛନ୍ତି ।
ସୁପ୍ରିମକୋର୍ଟ ନିଜ ନିଷ୍ପତି ଶୁଣାଇ କହିଛନ୍ତି, ମରାଠାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରିବା ପାଇଁ ଗାଏକୱାଡ୍ ଆୟୋଗ କିମ୍ବା ହାଇକୋର୍ଟଙ୍କ ପାଖରେ କୌଣସି ଠୋସ୍ ଆଧାର ନଥିଲା । ଏଭଳି କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇନାହିଁ, ଯେଉଁଥିପାଇଁ ସଂରକ୍ଷଣ ସୀମା ୫୦%ରୁ ଅଧିକ କରାଯିବା ଦରକାର । ମରାଠି ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଏବଂ ସାମାଜିକ ସ୍ତରରେ ପଛୁଆ ବର୍ଗଭୁକ୍ତ କରାଯାଇପାରିବ ନାହିଁ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବମ୍ବେ, ହାଇକୋର୍ଟ ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତିକୁ ବଳବତର ରଖିଥିଲେ । ଗତ ମାର୍ଚ୍ଚ ୨୬ରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ଶେଷ କରିଥିବାବେଳେ ରାୟ ସଂରକ୍ଷିତ ରଖିଥିଲେ ।

Leave A Reply

Your email address will not be published.

ten − 7 =