ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗୁରୁବାର ମୁଖ୍ୟମସ୍ତ୍ରୀ ନବୀନ ପଟ୍ଟନାୟକ ତପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ଯେ, କୋଭିଡ୍‌ ସଂକ୍ରମିତ ଜଣାପଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେଲି । ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ସୂଚନାନୁଯାୟୀ, ଗତ 19 ତାରିଖରେ ପ୍ରଦୀପ୍ତ କରୋନାରେ ସଂକ୍ରମିତ ହୋଇଥିଲେ । ଏହାର 5 ଦିନ ପରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂଙ୍ଗୀନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

Leave A Reply

Your email address will not be published.

fourteen + six =