ଭୋଜିଭାତ କରି ଗଣିଲେ ୧୦ ହଜାର ତଣ୍ଡ

ଭଦ୍ରକ; ଲକଡାଉନ୍ ସମୟରେ ଗାଁରେ ଭୋଜିଭାଜ କରି ଲୋକଙ୍କୁ ବସାଇ ଏକାଠି ଖୁଆଇବା ମହଙ୍ଗା ପଡିଛି ଜଣେ ପରିବାରକୁ । ଘଟଣାସ୍ଥଳରେ ପୁଲିସ୍ ପହ ô କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି । ଘଟଣାଟି ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ସିଙ୍ଗିଟି ଗ୍ରାମରେ । ଏହି ଗ୍ରାମର ଉଦ୍ଧବ ପଣ୍ଡାଙ୍କ ପରିବାର ତରଫରୁ ଭୋଜିଭାତ କରାଯାଇଥିଲା । ପ୍ରାୟ ୭୦ ଜଣ ଲୋକ ପଙ୍ଗତରେ ବସି ଖାଉଥିଲାବେଳେ ବହୁଲୋକ ପାଖରେ ଥିଲେ । ତେବେ ଲକଡାଉନ ସମୟରେ ଏଭଳି ଭୋଜିଭାତ ହେଉଥିବାର ଖବର ପାଇ ଚାନ୍ଦବାଲିର ଅତିରିକ୍ତ ତହସିଲଦାର ଓ ମତୋ ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହ ô ଭୋଜିଭାତକୁ ବନ୍ଦ କରିବା ସହ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଉଦ୍ଧବ ପଣ୍ଡାଙ୍କୁ ୧୦ ହଜାର ଜରିମାନା କରିଛି ।

Leave A Reply

Your email address will not be published.

two × one =