ଅମାନିଆଙ୍କ ଠାରୁ ଆଦାୟ ହେଲାଣି ୧୫ କୋଟି: ୫୫୩ ଗିରଫ

ଭୁବନେଶ୍ୱର: ସରକାରଙ୍କ କରୋନା ନିୟମ ଅନେକ ଲୋକ ମାନୁଛନ୍ତି କିନ୍ତୁ କିଛି ଅମାନିଆ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଉଛି । ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟ ୧୫ କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି । କେବଳ ମାସ୍କ ପିନ୍ଧନଥିବା ଲୋକଙ୍କ ଠାରୁ୬ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ସାମାଜିକ ଦୂରତା ଉଲ୍ଲଙ୍ଘନକାରୀଙ୍କ ଠାରୁ ବି ଜରିମାନା ଆଦାୟ ହୋଇଛି । କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବାରୁ ଏହି ସମୟ ମଧ୍ୟରେ ମୋଟ ୫୫୩ ଜଣ ଗିରଫ ହୋଇଛନ୍ତି ଏବଂ ୨୧ ହଜାର ୪୦୬ ଗାଡି ସିଜ୍ ହୋଇଛି ବୋଲି ପୋଲିସ୍ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।
ଗୁରୁବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କୋଭିଡି ସଚେତନତା କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଅଭୟ କହିଛନ୍ତି ଯେ ଲକଡାଉନ, ସଟଡାଉନରେ ଜନସାଧାରଣଙ୍କୁ ଥାନା କିମ୍ବା ଏସପି ଅଫିସ ଆସିବା ଦରକାର ନାହିଁ । ସେମାନେ ଟେଲି ଅଭିଯୋଗ କରିପାରିବେ । ବାହାର ରାଜ୍ୟରୁ ଲୋକ ଆସିବା ଆରମ୍ଭ କଲେଣି ।
ବିଭିନ୍ନ ଜିଲ୍ଲାର ସୀମାରେ ଚେକ ପଏଂଟ ଅଛି । ସେହି ଚେକ୍ ପଏଂଟରେ ଯାଂଚ କରି ନିଜ ଅଂଚଳକୁ ପଠାଯିବ
ବୋଲି ସେ କହିଛନ୍ତି ।
ଅପରପକ୍ଷରେ ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ନିଶ୍ଚୟ ରଖନ୍ତୁ । ଦୋକାନୀମାନେ ସାମାଜିକ ଦୂରତା ରକ୍ଷା କରିବାକୁ ଗୋଲେଇ କରନ୍ତୁ , ବାହାଘରରେ କୋଭିଡ୍ ନିୟମ ମାନନ୍ତୁ ଏବଂ ଯେଉଁମାନେ ଟୀକା ନେବାକୁ କିମ୍ବା କରୋନା ପରୀକ୍ଷା କରାଇବାକୁ ଆସୁଛନ୍ତି ସେମାନେ ସାମାଜିକ ଦୂରତା ମାନନ୍ତୁ ବୋଲି ଡିଜିପି ପରାର୍ଶ ଦେଇଛନ୍ତି ।

Leave A Reply

Your email address will not be published.

two + 19 =