ଚେନ୍ନାଇ: ତାମିଲ୍ନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଡିଏମ୍କେ ସୁପ୍ରିମୋ ଏମ୍.କେ ଷ୍ଟାଲିନ୍ ଶପଥ ଗ୍ରହଣ କିଛନ୍ତି । ତାଙ୍କ ନେତୃତ୍ୱରେ ଏକ ୩୩ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛି ।
ଆଜି ରାଜଭବନରେ ଆୟୋଜିତ ଏକ ନିରାଡମ୍ଭର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ଓ ଅନ୍ୟମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏ ମନ୍ତ୍ରିମଣ୍ଡଳରେ ୧୯ଜଣ ପୂର୍ବତନ ମନ୍ତ୍ରୀ ସ୍ଥାନ ପାଇଥିଲା ବେଳେ ୧୫ ଜଣ ନୂଆ ମୁହଁ । ସେମାନଙ୍କ ମଧ୍ୟରେ ୨ଜଣ ମହିଳା ମଧ୍ୟ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଷ୍ଟାଲିନ୍ ରାଜ୍ୟରେ କୋଭିଡ୍ ଆକ୍ରାନ୍ତ ବିପିଏଲ୍ ପରିବାରକୁ ୪ହଜାର ଟଙ୍କା ଲେଖାଁଏ ସହାୟତା ଦେବାଲାଗି ଘୋଷଣା କରିଛନ୍ତି ।