ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା କିଣାଯାଇଥିବା ଆଉ 1 ଲକ୍ଷ କୋଭିସିଲ୍ଡ ଟିକା ଶନିବାର ଭୁବନେଶ୍ବରରେ ପହଞ୍ଚିଛି । ଏହା ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ଟିକା 18 ରୁ 44 ବର୍ଷ ବାର୍ଗର ବ୍ୟକ୍ତିଙ୍କୁ ଦିଆଯିବ । ଯଥାଶୀଘ୍ର ରାଜ୍ୟରେ 18 ରୁ 44 ବୟସ ବର୍ଗରେ ପ୍ରାୟ 1.93 କୋଟି ଲୋକଙ୍କୁ ଟିକାକରଣ କରାଯିବା ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି । ତେଣୁ ମେ‘ 1ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି ।