କେନ୍ଦ୍ରାପଡାକୁ ଫେରିଲେଣି ୩୫୦୦ ପ୍ରବାସୀ : ୩୩୭ ପଜିଟିଭ୍

କେନ୍ଦ୍ରାପଡ଼ା: ଜିଲ୍ଲାର କେନ୍ଦ୍ରାପଡା ସମେତ ଡେରାବିଶ, ରାଜନଗର ଏହି ୩ଟି ବ୍ଲକରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୫୦ଭାଗ ରହୁଥିବାରୁ ପ୍ରଶାସନ ପାଇଁ ଉଦ୍ ବେଗର କାରଣ ହୋଇଛି । ବିଶେଷ କରି ଡେରାବିଶ ବ୍ଲକର ସୋରିଶିଆ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇଥିବାରୁ ସେହି ଗ୍ରାମକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇ ସର୍ବ ସାଧାରଣଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ବାରଣ କରାଯାଇଛି । ଏହି ୩ଟି ବ୍ଲକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ସଂକ୍ରମଣର ଶିକୁଳିକୁ ଛିଡାଇବା ପାଇଁ ପ୍ରଶାସନ ପାରୁ ପର୍ଯ୍ୟନ୍ତ ଚେଷ୍ଠା ଚଳାଇଛି ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଶନିବାର ପ୍ରେସ୍ ରିଲିଜରେ ସୂଚନା ଦେଇଛନ୍ତି । ଏହା ସହ ଆଜି ସୁଦ୍ଧା ଜିଲ୍ଲାକୁ ମୋଟ୍ ୩୫୦୦ ଜଣ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରୁ ଫେରି ଆସିଥିବା ସୂଚନା ମିଳିଛି । ଗତ ଦୁଇ ଦିନ ମଧ୍ୟରେ ମୋଟ୍ ୩୩୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । କେନ୍ଦ୍ରାପଡା, ଡେରାବିଶ, ରାଜନଗର ବ୍ଲକ ରେ ସଂକ୍ରମଣ ହାର ଦୃତ ଥିବାରୁ ଏହାକୁ ସୀମିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସିଥିବା ୩୫୦୦ ପ୍ରବାସୀଙ୍କୁ ଗୃହ ସଂଗରୋଧରେ ୧୪ଦିନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିବାବେଳେ ଏହାକୁ ମାନୁ ନଥିବା ବ୍ୟକ୍ତି ମାନଙ୍କ ପ୍ରତି ପୋଲିସ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ଅଂଚଳର ପୋଲିସ ପ୍ରଶାସନ ସେମାନଙ୍କ ପ୍ରତି ଦୃଷ୍ଟି ରଖିଛି । ସୋମବାର ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କେନ୍ଦ୍ରାପଡା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକ ଅଂଚଳରେ ଆରମ୍ଭ କରାଯିବ । କେବଳ ଦ୍ୱିତୀୟ ଡୋଜ ନେବାକୁ ଥିବା ବ୍ୟକ୍ତିମାନେ ନିଜ ନିଜ ତାରିଖ ଅନୁଯାୟୀ ସଂପୃକ୍ତ ଅଂଚଳର ଟୀକାକରଣ ଅଂଚଳକୁ ଯାଇ ଟୀକା ନେବେ । ଏଥିପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ସଂପୃକ୍ତ ଅଂଚଳର ବିଦ୍ୟାଳୟ ଗୁଡିକର ଶ୍ରେଣୀ ଗୃହ ଗୁଡିକୁ ଖାଲି କରାଯାଇଛି । ଟୀକାକରଣ କେନ୍ଦ୍ରରେ ସାମାଜିକ ଦୂରତାକୁ ବଜାୟ ରଖି ଟୀକା ଗ୍ରହଣ କରିବେ । ଲକଉାଡନ ଓ ସଟ୍ ଡାଉନକୁ ଠିକା ଭାବରେ ପାଳନ କଲେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟାକୁ ଆମେ ସୀମିତ କରିପାରିବା ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

2 × three =