ରାଜ୍ୟରେ ପୁଣି ୧୦,୬୩୫ ଆକ୍ରାନ୍ତ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୧୨ ଜଣ ସଙ୍ଗରୋଧରୁ ଓ ୪୬୨୩ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୬୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୯୩୪ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୮୮୭, ଅନୁଗୁଳରୁ ୫୫୯, ବାଲେଶ୍ୱରରୁ ୩୦୧, ବରଗଡରୁ ୪୪୩, ବଲାଙ୍ଗୀରରୁ ୩୧୮, ଭଦ୍ରକରୁ ୧୦୦, ଢେଙ୍କାନାଳରୁ ୧୪୬, କଳାହାଣ୍ଡିରୁ ୪୬୯, ଝାରସୁଗୁଡଶରୁ ୪୫୬, ନବରଙ୍ଗପୁରରୁ ୩୩୬, ପୁରୀରୁ ୪୩୪, ନୂଆପଡାରୁ ୩୨୪, ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬, ନୟାଗଡରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡାରୁ ୧୫୮, ମୟୁରଭଞ୍ଜ ଓ ବୌଦ୍ଧରୁ ୧୭୯, ଜଗତସିଂହପୁରରୁ ୧୪୦, ଦେବଗଡରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡାରୁ ୧୧୭, ଗଜପତିରୁ ୧୦୧, ମାଲକାନଗିରିରୁ ୭୯, କନ୍ଧମାଳ ଜିଲ୍ଲାରୁ ୭୩, ସମ୍ବଲପୁରରୁ ୬୪୧, ସୁବର୍ଣ୍ଣପୁରରୁ ୧୪୯ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ୮୪୨ ହୋଇଛି ।
ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ୧୯ଜଣ ଲୋକଙ୍କ ଜୀବନ ଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୮୦ରେ ପହଞ୍ଚିଯାଇଛି ।
ଏହି ୧୯ ମୃତକଙ୍କ ମଧ୍ୟରେ ଜଣ ମହିଳା ଅଛନ୍ତି । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୩ଜଣ ଲେଖାଁଏ ପ୍ରାଣ ହରାଇଛନ୍ତି । ସେହିପରି ଅନୁଗୋଳ, ବଲାଙ୍ଗିର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡା, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଉ ୩ ଜଣ ଲେଖାଁଏ ପ୍ରାଣ ହରାଇବା ପରେ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରେ ଯଥାକ୍ରମେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୬ ଓ ୫୫କୁ ବୃଦ୍ଧି ପାଇଛି । ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିରରେ ୫୨, ଭଦ୍ରକରେ ୩୨, ଢେଙ୍କାନାଳରେ ୩୧, ଗଜପତିରେ ୩୭, ଗଞ୍ଜାମରେ ୨୬୪, ଯାଜପୁରରେ ୨୮, ଝାରସୁଗୁଡାରେ ୩୧, ପୁରୀରେ ୧୩୨, ରାୟଗଡାରେ ୭୧, ସମ୍ବଲପୁରରେ ୮୪, ସୁବର୍ଣ୍ଣପୁରରେ ୨୩ ଓ ସୁନ୍ଦରଗଡରେ ୨୦୮ରେ ପହଞ୍ଚି ଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଂଟାରେ ୧୦,୬୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

eight + 17 =