ମାସ୍କ ଚେକିଂ ବେଳେ ପୋଲିସ୍‌କୁ କଟୁରୀରେ ଆକ୍ରମଣ କଲା ବେପାରୀ

ଭୁବନେଶ୍ୱର: ଅମାନିଆ ଆକଟ କରିବା ପୋଲିସ୍ ପାଇଁ ମହଙ୍ଗା ପଡିଛି । କଟୁରୀରେ ପୋଲିସ୍ ଉପରକୁ ଆକ୍ରମଣ କଲେ କଦଳୀ ବେପାରୀ ।
ଆଜି ସଟ୍‌ଡାଉନ୍ ଥିବା ବେଳେ ସତ୍ୟବାଦୀ ବ୍ଲକ୍ ବଳଙ୍ଗା ବଜାରରେ ପୋଲିସ୍ ଚେକିଂ କରୁଥିଲା । ଏହି ସମୟରେ ଜଣେ ଯୁବକ ନିଜ ସାଇକେଲ୍‌ରେ କଦଳୀ ଆଣି ବଜାରକୁ ବିକିବାକୁ ଆସିଥିଲେ । ହେଲେ ବେପାରୀ ଜଣଙ୍କ ମୁହଁରେ ମାସ୍କ ନଥିଲା । ସଟ୍‌ଡାଉନ୍‌ରେ ବିନା ମାସ୍କରେ କାହିଁକି ବଜାର ଆସିଛ ପଚାରିବାରୁ ରାଗି ଯାଇଥିଲେ । ପଦଳୀ ବେପାରୀ ଜଣଙ୍କ । କଦଳୀ କଟା କଟୁରୀରେ ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ । ଘଟଣାରେ ଜଣେ ପୋଲିସ୍ ଆହତ ଥିବା ବେଳେ ଯୁବକକୁ ବଳଙ୍ଗା ପୋଲିସ୍ ଗିରଫ କରିଛି ।

Leave A Reply

Your email address will not be published.

six + 11 =