ରାଜ୍ୟରେ କରୋନା ନେଲା ଆଉ 17 ଜୀବନ, ମୃତ୍ୟୁ ସଂଖ୍ୟା 2197 କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି 17 ଜଣକ ଜୀବନ ନେଇଛି ମହାମାରୀ କରୋନା । ଏହି 17 ମୃତକଙ୍କ ମଧ୍ୟରେ 7 ଜଣ ମହିଳା ଥିବା ଜଣା ପଡ଼ିଛି । ଏଥିରେ ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ 3 ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ, ପୁରୀ ଜିଲ୍ଲାରୁ 2 ଜଣ ଏବଂ ଅନୁଗୁଳ,ବଲାଙ୍ଗୀର,ଢ଼େଙ୍କାନାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହାକୁ ନେଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 2197କୁ ବୃଦ୍ଧି ପାଇଛି । ଏହି ୧୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ରହିଥିଲା। ସେହିପରି ଜଣେ ସିକିଲ୍‌ ସେଲ୍‌ ରୋଗରେ ବି ପୀଡ଼ିତ ଥିବା ବେଳେ ଅନ୍ୟ ଜଣଙ୍କର ଲିଭରରେ ସମସ୍ୟା ଥିଲା । ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୯ରେ ପହଞ୍ଚିଛି, ଯାହା ରାଜ୍ୟରେ ସର୍ବାଧିକ। ରାୟଗଡ଼ାରେ ଏଯାଏଁ ୭୪ ଜଣଙ୍କ ଜୀବନ ଯାଇଥିବା ବେଳେ କଳାହାଣ୍ଡିରେ ୫୮ ଓ ସୁନ୍ଦରଗଡ଼ରେ ୨୧୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ୨ଟି ନୂଆ ମୃତ୍ୟୁ ମାମଲା ଆସିବା ପରେ ପୁରୀ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୪କୁ ବୃଦ୍ଧି ପାଇଛି । ଅନୁଗୋଳ ଜିଲ୍ଲାରେ ୪୩ ଜଣଙ୍କ ଜୀବନ ଯାଇଥିବା ବେଳେ ବଲାଙ୍ଗିରରେ ୫୩ ଓ ଢେଙ୍କାନାଳରେ ୩୨ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି ।

Leave A Reply

Your email address will not be published.

five × one =