କେନ୍ଦୁଝରରେ ବଢି ଚାଲିଛି ହାତୀ ଦୁର୍ଘଟଣା

କେନ୍ଦୁଝର : ହାତୀ ମାନଙ୍କ ସୁରକ୍ଷା ପାଇଁ ଆମ ସରକାର ବହୁ ପଦକ୍ଷେପ ନେଉଥିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଅନେକ ସମୟରେ ନିରିହ ହାତୀ ମାନଙ୍କର ଜୀବନ ଯାଉଥିବା ଦେଖା ଯାଉଛି । କେତେ ବେଳେ ଶୀକାରୀ ମାନଙ୍କର ଲୋଲୁପଦୃଷ୍ଟିରୁ ତ କେତେବେଳେ ଗାଡି ଓ ଟ୍ରେନ ଧକ୍କାରେ ଜୀବନ ଯାଉଛି ଗଜରାଜଙ୍କର । ତେବେ ଆମ ରାଜ୍ୟର କେନ୍ଦୁଝର ଜିଲ୍ଲାରେ ଅନେକ ସମୟରେ ହାତୀ ମୃତ୍ୟୁ ହେଉଥିବା ଦେଖାଯାଉଛି ଯାହା ବିଭାଗୀୟ କତୃପକ୍ଷଙ୍କ ପାରିବା ପଣିଆକୁ ସ୍ପଷ୍ଟ କରୁଛି । ଏମିତି କିଛି ଘଟଣା ପୁଣି ଗତ କାଲି ରାତିରେ କେନ୍ଦୁଝର ଜିଲ୍ଲା ଶଗଡପଟା ରେଲେଓ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି , ଏଲିଫ୍ୟାଟଂ କରିଡର ନିକଟରେ ମାଲ ବାହୀ ଟ୍ରେନ ଧକ୍କାରେ ଗୁରୁତ୍ୱର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଦନ୍ତା ହାତୀ । ତେବେ ଗଜରାଜଙ୍କର ଚିକିତ୍ସା ଚାଲିଥିବା ବେଳେ ଏମିତି ଘଟଣା ପାଇଁ ଉଭୟ ବନବିଭାଗ ଓ ରେଳ ବିଭାଗ ଦାୟୀ ଥିବା ସ୍ପଷ୍ଟ ଜଣା ପଡୁଛି ।
ଦିନକୁ ଦିନ କେନ୍ଦୁଝରରେ ବଢି ଚାଲିଛି ହାତୀର ଦୁର୍ଘଟଣା । କେତେ ବେଳେ ରାଜପଥରେ ଟ୍ରକ ଓ ବସ ଧକ୍କାରେ ହାତୀର ମୃତ୍ୟୁ ହେଉଛିତ କେତେ ବେଳେ ଟ୍ରେନ ଧକ୍କାରେ ହାତୀର ଜୀବନ ଯାଉଛି ଆଉ ଏମିତି କିଛି ଘଟଣା କାଲି ରାତିରେ ପୁଣି କେନ୍ଦୁଝର ଜିଲ୍ଲା ରେଲୱେ ଟ୍ରାକ ଉପରେ ଦେଖିବାକୁ ମିଳିିଛି । ଜିଲ୍ଲାର ଶଗଡପଟା ରେଲୱେ ଷ୍ଟେସନ ନିକଟରେ ବନବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ହାତୀ ଗମନାଗମନ ପଥରେ ମାଲବାହୀ ଟ୍ରେନ ଧକ୍କାରେ ଗୁରୁତ୍ୱର ହୋଇ ପଡିଛି ଗୋଟିଏ ଦନ୍ତା ହାତୀ । ହାତୀ ଗମନାଗମନ ପଥରେ ଟ୍ରେନ ଯିବା ସମୟରେ ଟ୍ରେନ ଗୁଡିକ ହର୍ନ ବଜାଇବା ସହ ବେଗକୁ କମ କରି ଯିବା କଥା ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଏସବୁ ନିୟମକୁ ପାଳନ କରି ନାହିଁ ରେଳ ବିଭାଗ । ଆହୁରୀ ମଧ୍ୟ ଗତ କାଲି ରାତି ୮.୧୫ରେ ଦୁର୍ଘଟଣା ଘଟିଥିବା ବେଳେ ଚିକିତ୍ସା ପାଇଁ ଡାକ୍ତର ପହଁଚିଥିଲେ ଆଜି ସକାଳ ୧୦ଟାରେ ଯାହା ବନ ବିଭାଗର ଖାମଖିଆଲି ଭାବକୁ ସ୍ପଷ୍ଟ କରୁଛି । ଅନ୍ୟ ପକ୍ଷରେ ଦିର୍ଘ ୨୦ଘଟାଂ ହେବ ଦନ୍ତା ହାତୀଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ୱତନ୍ତ୍ର ପ୍ରାଣୀ ଚିକିତ୍ସକ ଟିମ ହାତୀ ଟିର ଚିକିତ୍ସା ଜାରୀ ରଖିଛି । ତେବେ ଦନ୍ତା ହାତୀର ପଛ ପଟରେ ଟ୍ରେନ ଧକ୍କା ଦେଇଥିବାରୁ ହାତୀ ଟିର ପଛ ଗୋଡ ଭାଙ୍ଗି ଯାଇଥିବା ସଂଦେହ କରାଯାଉଛି ଓ ଏହି କାରଣରୁ ହାତିଟି ବର୍ତମାନ ପର୍ଯ୍ୟନ୍ତ ଠିଆ ହୋଇ ପାରୁନାହିଁ ଯାହା ଦନ୍ତା ହାତୀଟିକୁ ସୁସ୍ଥ ହେବାରେ ବିଳମ୍ବ କରୁଥିବା ଜଣା ପଡିୁଛି । ଆହୁରୀ ମଧ୍ୟ ଏମିତି ଦୁର୍ଘଟଣା ପାଇଁ ଉଭୟ ବନବିଭାଗର କର୍ମଚାରୀ ଓ ରେଳ ବିଭାଗର କର୍ମଚାରୀ ମାନଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଘଟଣାର ତଦନ୍ତ ଆରମ୍ଭ ହୋଇ ସାରୀଥିବା ବେଳେ ଉଭୟ ବିଭାଗ ନିଜ ଉପରୁ ଦୋଷ ଛଡାଇବାରେ ଲାଗିଛନ୍ତି । ଏମିତି ହାତୀ ଦୃଘଟଣା ବାରମ୍ବାର ହେଉଥିବା ବେଳେ ଏଥିପାଇଁ ଦାୟୀ କର୍ମଚାରୀ ମାନଙ୍କ ଉପରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଫଳରେ ହାତୀ ମୃତ୍ୟୁକୁ ରୋକୋବାରେ ବିଫଳ ହେଉଛନ୍ତି ଆମ ସରକାର ।

Leave A Reply

Your email address will not be published.

thirteen − 5 =