ଦେଶରେ ୩,୬୬,୧୬୧ ସଂକ୍ରମିତ: ୩୭୫୪ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସଂକ୍ରମଣ ଆଜି ୫ଦିନ ପରେ ୪ଲକ୍ଷ ତଳକୁ ଖସିଛି । ଆଜି ପୁଣି ୩,୬୬.୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିନକରେ ୩.୭୫୪ ଜଣ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଆଜି ସଂକ୍ରମଣ ୫% ହ୍ରାସ ପାଇଥିବା କୁହାଯାଇଛି ।
ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ୨,୨୬,୬୨,୫୭୫ ଓ ମୃତ୍ୟୁ ସଂଖ୍ୟା ୨,୪୬,୧୧୬ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୫୩,୮୧୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୮୩,୧୭,୪୦୪ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୩୬,୬୪୮ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ର ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୬,୯୪,୩୯,୬୬୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ’ ୯ ତାରିଖ ସୁଦ୍ଧା ସମୁଦାୟ ୩୦,୩୭,୫୦,୦୭୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୩୦,୩୭,୫୦,୦୭୭ରେ ନୁମନା ।

Leave A Reply

Your email address will not be published.

five − 4 =