ରାଜ୍ୟ ସାରା କାଳବୈଶାଖୀ ବର୍ଷା

ଭୁବନେଶ୍ବର: ଦିନରେ ରାତିର ଭ୍ରମ । ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ । ସାରା ରାଜ୍ୟରେ ହୋଇଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନକେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିବା ଦେଖିବାକୁ ମିଳିଛି । କଟକରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ରାଜଧାନୀ ଭୁବନେଶ୍ୱରରେ ପବନର ବେଗ ୫୦ କିଲୋମିଟର ଛୁଇଁଛି ।

କଟକ ସମେତ ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଢେଙ୍କାନାଳରେ ପ୍ରବଳ ପବନ ଯୋଗୁ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ସମ୍ଭାବ୍ୟ କାଳବୈଶାଖୀ ବର୍ଷାକୁ ଆଖିରେ ରଖି ଆଜି ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଥିଲା । ଯାହାର ପ୍ରଭାବ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ।ପାଣିପାଗ କେନ୍ଦ୍ର କହିଛି ଯେ ୧୩ ତାରିଖ ଦିନ ୧୮ ଜିଲ୍ଲାରେ କାଳବୈଶାଖୀ ଯୋଗୁ ଝଡ଼ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୪ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲ‌ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

Leave A Reply

Your email address will not be published.

three × two =