ବାଂଲାଦେଶକୁ ଚୀନର ଧମକ

ଆମେରିକା: ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତକୁ ନେଇ ଗଠନ ହୋଇଥିବା କ୍ୱାଡ ଗୋଷ୍ଠ ବିରୋଧରେ ଚୀନର ଆଭିମୁଖ୍ୟ ଦିନକୁ ଦିନ କଠୋର ହେବାକୁ ଲାଗିଛି । ଏବେ ଚୀନ କ୍ୱାଡକୁ ନେଇ ବାଂଲାଦେଶକୁ ଧମକ ଦେଇଛି । ଯଦି ବାଂଲାଦେଶ କ୍ୱାଡ ରାଷ୍ଟ୍ର ସମୁହଙ୍କ ସହିତ ସାମିଲ ହେଉଛି ତେବେ ଚୀନ ସହିତ ତା’ର ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହେବ । ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଘେ ଗତ ମାସରେ ବାଂଲାଦେଶ ଗସ୍ତ କରୁଥିବା ସମୟରେ କ୍ୱାଡ ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିବାବେଳେ ଏବେ ଚୀନ ରାଷ୍ଟ୍ର ଦୁତ ଲି ଜିମିଙ୍ଗ ଉପରୋକ୍ତ ଚେତାବନୀ ଦେଇଛନ୍ତି । ଜିମିଙ୍ଗ ବାଂଲାଦେଶକୁ ସିଧାସଳଖ ଭାବେ କ୍ୱାଡ ରାଷ୍ଟ୍ର ସମଚହଠାଂରୁ ଦୁରୋଇ ରହିବାକୁ ଚେତାବନୀ ଚେତାଇଛନ୍ତି । ଯଦି ବାଂଲାଦେଶ କ୍ୱାଡ ସହିତ ସାମିଲ ହୁଏ ଚୀନ ସହିତ ତାକ୍ଷର ଦ୍ୱିପାକ୍ଷିକ ସମ୍ପର୍କ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲଇ ଜିମିଙ୍ଗ ମନ୍ତବ୍ୟକୁ ଆଧାର କରି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । କ୍ୱାଡକୁ ବିରୋଧ କରି ଜିମିଙ୍ଗ କହିଛନ୍ତି, ଆମେ କୌଣସି ରୁପେ କ୍ୱାଡ ମେଂଟରେ ଭାଗିଦାରୀ ଚାହୁଁନାହୁଁ । ଏନେଇ ଚୀନ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଗତମାସର ଗସ୍ତ ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କୁ ବି ଚେତାଇ ଦେଇଥିଲେ । ତେବେ ଭାରତ ପ୍ରଶାନ୍ତ ମହା ସାଗର ଅଞ୍ଚଳରେ ନିଜର ଶକ୍ତି ବୃଦ୍ଧି କରିବା ସହିତ କ୍ୱାଡ ଦେଶ ଗୁଡିକ ବିରୋଧରେ ନିଜର ପଡୋସୀଙ୍କୁ ଏକ ଜୁଟ କରିବା ଲାଗି ଚୀନ ଉଦ୍ୟମ ଚଳାଇଛି । ଗତ ସପ୍ତାହରେ ଚୀନ ଦକ୍ଷୀଣ ଏସୀୟ ରାଷ୍ଟ୍ରଗୁଡିକ ସହିତ କରୋନା ଏବଂ ଟିକାକରଣକୁ ନେଇ ଭର୍ଚୁଆଲ ମିଟିଂ କରିଥିଲା ।

Leave A Reply

Your email address will not be published.

eleven + two =