କରୋନା ଭୁତାଣୁକୁ ମାରିପାରିବ ମାସ୍କ

କୋଲକାତା: କରୋନା ଭୁତାଣୁ ଠାରୁ ଜୀବନ ରକ୍ଷା କରିବାଲାଗି ଟିକା ପ୍ରସ୍ତୁତ ହୋଇଛି । କିନ୍ତୁ କରୋନା ଭୁତାଣୁକୁ ମାରିପାରିବା କ୍ଷମତା ଥିବା ଏକ ମାସ୍କ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ, ତାଙ୍କ ନା’ହେଉଛି ଦିଗନ୍ତିକା ବୋଷ ଏବଂ ଘର ପଶ୍ଚିମବଙ୍ଗରେ । ଦିଗନ୍ତିକା ତିଆରି କିରିଥିବା ମାସ୍କ କରୋନା ଭୁୁତାଣୁକୁ ମାରିପାରେ ବୋଲି ସେ କହିଛନ୍ତି । ଏହି ମାସ୍କ ମୁମ୍ବଇରେ ଥିବା ଗୁଗଲର ଡିଜାଇନ ଏକ୍ସଲେନˆ ସଂଗହାଳୟରେ ପ୍ରଦର୍ଶୀତ ହେବ । ଇଣ୍ଡିଆଟୁଡେକୁ ଦିଗନ୍ତିକା କହିଛନ୍ତି, ସେ ତିଆରି କରିଥିବା ମାସ୍କରେ ତିନୋଟି ଚାମ୍ବର ରହିଛି । ମାସ୍କର ପ୍ରଥମ ଚାମ୍ବରରେ ଏକ ବିଜୁକ୍ତାତ୍ମକ ଆୟନ ଜେନେଟର ରହିଛି, ଯାହା ବାୟୁରେ ଥିବା ଧୁଳି କଣା ଗୁଡିକୁ ‘ିଲଟର କରିଥାଏ । ମାୟୁ ‘ିଲଟର ହୋଇ ଦ୍ୱିତୀୟ ଚାମ୍ବରରେ ପ୍ରବେଶ କରି ତୃତିୟ ଚାମ୍ବରକୁ ଯାଏ । ୩ୟ ଚାମ୍ବରଟି ହେଉଛି ଏକ ରସାୟନିକ ଚାମ୍ବର । ଏଥିରେ ପାଣଇ ଏବଂ ସାବୁନର ଏକ ମିଶ୍ରଣ ରହିଛି । ଯାହା ‘ିଲଟର ହୋଇଥିବା ବାୟୁ ପପ୍ରବେଶ କରିବା ପରେ ସେଥିରେ ଥିବା କରୋନା ଭୁତାଣୁକୁ ମାରିଥାଏ । ଦିଗନ୍ତିକା କୁହନ୍ତି, ଆମେ ସମସ୍ତେ ଜାଣୁ ସାବୁନ ପାଣି କରୋନା ଭୁତାଣୁକୁ ମାରିଦିଏ । ତେଣୁ ବାୟୁ ଯେତେବେଳେ ୩ୟଚାମ୍ବରରେ ପ୍ରବେଶ କରେ ସେଥବରେ ଥବବା ରସାୟନିକ ମିଶ୍ରଣ କରୋନନା ଭୁତାଣୁ ମାରିବାର ଦକ୍ଷତା ରହିଛି । ସେହିପରି ଯଦି ଜଣେ ସଂକକ୍ରମିତବ୍ୟକ୍ତି ଏହି ମାସ୍କ ପିନ୍ଧନ୍ତି, ତେବେ ଶ୍ୱାସକ୍ରିୟା ସମୟରେ ସେ ଯେଉଁ ମାୟୁ ବାହାରକୁ ଛାଡନ୍ତି ସେଥିରେ ଥିବା କରୋନା ଭୁତାଣୁ ବି ବାହାରକୁ ଆସିବା ସମୟରେ ମରିଯିବ । ଏହା ଦ୍ୱାରା ଭୁତାଣୁ ଆଉ ବ୍ୟପିବ ନାହିଁ । ସେ ଏହାର ପରୀକ୍ଷଣ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛନ୍ତି, ଯାହାଦ୍ୱାରା କରୋନା ଭୁତାଣୁ ବ୍ୟପିବା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ । କରୋନା ମହାମାରୀ ପ୍ରଥମ ତରଙ୍ଗ ସମୟରେ ସେ ଏହି ମାସ୍କ ତିଆରି କରିଥିବା ଦିଗନ୍ତିକା କହନ୍ତି ।

Leave A Reply

Your email address will not be published.

4 × two =