ଓଡିଶାରେ ହେବ ୭ଟି ଅକ୍ସିଜେନ ପ୍ଲାଂଟ

ଭୁବନେଶ୍ୱର: ଓଡ଼ିଶାରେ ୭ଟି ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବ ଡିଆରଡିଓ । ରାଜ୍ୟର ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ଏହି ଅକ୍ସିଜେନ୍ ପ୍ଲାଂଟ ହେବ । ଅକ୍ସିଜେନ୍ ପ୍ଲାଂଟର କେବଳ ସିଭିଲ୍ ଓ ଇଲେକ୍ଟ୍ରିକାଲ୍ କାମ ଏନଏଚଏଆଇ କରିବ । ସମସ୍ତ ପ୍ଲାଂଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଥିବା ବେଳେ ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଥିବା ନେଇ ଏନଏଚଏଆଇ କର୍ତୃପକ୍ଷ କହିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ କରୋନା ମହାମାରୀ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେବା ନେଇ ଖବର ଆସୁଛି । ଏଭଳିସ୍ଥିତିରେ ଅମ୍ଳଜାନର ଅଭାବ ଦୂର ପାଇଁ ଓଡିଶାରୁ ଦିଲ୍ଲୀ , ଉତରପ୍ରଦେଶ , ମହାରାଷ୍ଟ୍ର ପରି ରାଜ୍ୟମାନଙ୍କୁ ଅମ୍ଳଜାନ ପଠାଯାଉଛି । ଅଧିକ ଅକ୍ସିଜେନ୍ ପ୍ଲାଂଟ ପ୍ରତିଷ୍ଠା ଦ୍ୱାରା ଅମ୍ଳଜାନ ଯୋଗାଣ ଆହୁରି ତ୍ୱରାନ୍ୱିତ ହୋଇପାରିବା ନେଇଆଶା କରାଯାଉଛି ।

Leave A Reply

Your email address will not be published.

5 + thirteen =