ଅମ୍ଳଜାନ ପାଇଁ ଟଙ୍କା ମାଗି କୋଭିଡ ଡାକ୍ତରଖାନାର କର୍ମଚାରୀ ଗିରଫ

କେନ୍ଦୁଝର : କେନ୍ଦୁଝର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟରର ଜଣେ କର୍ମଚାରୀ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ୧୫୦୦ ଟଙ୍କା ମାଗିବା ଘଟଣାରେ କେନ୍ଦୁଝର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଅଶୋକ ଦାଶଙ୍କ ଏତଲା କ୍ରମେ ଟାଉନ ଥାନା ପୋଲିସ ଉକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଟାଉନ ଥାନା ଅଧିକାରିଣୀ ପ୍ରମୋଦିନି ସାହୁଙ୍କ ସୂଚନା ମୁତାବକ ଗିରଫ କର୍ମଚାରୀଙ୍କ ନାମ ତ୍ରିଲୋଚନ ସେଠୀ ବୋଲି ଜଣାପଡିଛି । ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଟାଉନ ଥାନା କେଶ ନମ୍ବର ୧୮୪/୨୧ ରେ କେଶ ଦାୟର ହୋଇଥିବା ବେଳେ ଦଫା ୩୮୪, ୫୦୬ ଏବଂ ୫୦୭ ଦଫା ଲଗାଯାଇଛି । ଅମ୍ଳଜାନ ଅଭାବରୁ ଅନେକ ରୋଗୀ ଡହଳ ବିକଳ ହୋଇ ମରୁଥିବା ବେଳେ ବିନା ହାତ ଗୁା ରେ ଅମ୍ଳଜାନ ମିଳିବ ନାହିଁ ବୋଲି ଏପରି କର୍ମଚାରୀ ମାନେ ରୋକଠୋକ ମନା କରୁଥିବା ବହୁଦିନରୁ ଶୁଣିବାକୁ ମିଳୁଥିଲେହେଁ ଠୋସ ପ୍ରମାଣ ଅଭାବରୁ ଏମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା । ତେବେ ଗାଁ ଗହଳି ରୁ ଆସୁଥିବା ଅନେକ ଲୋକ ଏପରି ଅସାଧୁ କର୍ମଚାରୀ ମାନଙ୍କ ଶୋଷଣର ଶିକାର ହେଉଥିବା ବେଳେ ଏମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

4 − 2 =