ସାତଦିନରେ ବଢିଲାଣି ପେଟ୍ରୋଲ ୧ଟ.୬୫, ଡିଜେଲ୍ ୧ଟ .୮୮

ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପରେ ଏବେ ପୁଣି ପେଟ୍ରୋଲ ଓ ଡିଜେଲର ଦୈନଦିନ ମୂଲ୍ୟ ବଢିବାରେ ଲାଗିଛି । କ୍ରମାଗତ ସପ୍ତମ ଦିନରେ ପେଟ୍ରୋଲ ଓ ଡିଜେଲ୍‌ର ଲିଟର ପିଛା ମୂଲ୍ୟ ଆଜି ୨୫ ପଇସା ଲେଖାଁଏ ବଢିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ଦିନ ମଧ୍ୟରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧ଟଙ୍କା ୬୫ ପଇସା ବଢିଥିଲା ବେଳେ ଡିଜେଲ୍‌ର ମୂଲ୍ୟ ୧ଟଙ୍କା ୮୮ପଇସା ବୃଦ୍ଧି ପାଇଛି । ଦେଶର କେତେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୦ଟଙ୍କା ଉପରେ ରହିଥିବା ବେଳେ ଡିଜେଲର ମୂଲ୍ୟ ୯୦ଟଙ୍କା ମୁହାଁ ହୋଇଛି ।
ପେଟ୍ରୋଲ ଓ ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ବିିଭିନ୍ନ ଅତ୍ୟାବଶ୍ୟକୀୟ ତଥା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୁଲ୍ୟ ଆକାଶ ଛୁଆଁ ହୋଇଛି । ଏହାର ପ୍ରଭାବରେ ଖାଇବା ତେଲ, ଡାଲି ଠାରୁ ଆରମ୍ଭ କରି ବଢିବାରେ ଲାଗିଛି । ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ,ଡିଜେଲ୍ ଓ ଏଲ୍‌ପିଜିର ଦଳ ବୃଦ୍ଧି ବିଗତ ୨ବର୍ଷ ମଧ୍ୟରେ ଆକାଶ ଛୁଆଁ ହେଲାଣି । ଏହାକୁ ନେଇ ଜନଅସନ୍ତୋଷ ତେଜିବା ଆରମ୍ଭ ହୋଇଥିଲେ ହେଁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନି ।
ସୋୟାବିନ୍ ଖାଇବା ତେଲ ୯୫ ଟଙ୍କାରୁ ବୃଦ୍ଧି ପାଇଁ ୧୪୦ ଟଙ୍କା ଓ ସନ୍ ଫ୍ଲାୱାର ତେଲ କୋଲାକାତାରେ ୧୦୨ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୮୦ ଟଙ୍କାରେ ବିକ୍ରି ହେଉଛି । କେବଳ କୋଲାକାତା ନୁହେଁ, ଓଡିଶା ଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ସବୁଆଡେ ଖାଇବା ତେଲର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତା ବଢାଇ ଦେଇଛି ।
୨ବର୍ଷ ଭିତରେ କେବଳ ଖାଇବା ତେଲ ନୁହେଁ, ରାନ୍ଧିବା ପାଇଁ ବ୍ୟବହାର ଏଲପିଜି ସିଲିଣ୍ଡରର ଦାମ୍ ମଧ୍ୟ ବଢିଛି । ୨୦୧୯ ଫେବୃଆରୀ ମାସରେ କୋଲକାତାରେ ୧୪.୨ କେଜି ଏଲପିଜିର ଦର ୪୯୬ଟଙ୍କା ରହିଥିଲା । ଏବେ ଏହାର ଦାମ ୮୩୫ ଟଙ୍କା ଛୁଇଁଛି ।

Leave A Reply

Your email address will not be published.

5 × four =