୬ରୁ ୮ ସପ୍ତାହ ‘ଲକ୍‌ଡାଉନ୍‌’ ଜରୁରୀ : ଆଇସିଏମ୍‌ଆର୍‌’ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍ ଏବେ ଏକ ମାତ୍ର ପନ୍ଥା ବୋଲି ଆଇସିଏମ୍‌ଆର୍ ପକ୍ଷରୁ କୁହାଯାଇଛି । ଅଧିକ ସଂଖ୍ୟକ କୋଭିଡ-୧୯ ସଂକ୍ରମଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡିକ ଆହୁରି ୬ରୁ୮ ସପ୍ତାହ ଲକ୍‌ଡାଉନ୍‌ରେ ରହିବା ଉଚିତ୍ । ଦ୍ରୁତ ସଂକ୍ରମଣଶୀଳ ଏହି ରୋଗକୁ ଦମନ କରିବାକୁ ତାହା ଆବଶ୍ୟକ ବୋଲି ‘ଦି ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ କହିଛି ।
ଏକ ସାକ୍ଷାତକାର ସମୟରେ ଆଇସିଏମ୍‌ଆର୍‌’ର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ, ପରୀକ୍ଷା ହେଉଥିବା ନମୁନାର ୧୦%ରୁ ଅଧିକ ପଜିଟିଭ୍ ବାହାରୁ ଥିବା ଜିଲ୍ଲାଗୁଡିକୁ ଲକ୍‌ଡାଉନ୍ କଟକଣା ମଧ୍ୟରେ ରଖାଯିବା ଉଚିତ୍ ।
ପ୍ରମୁଖ ସହର ନୂଆଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋର୍ ସମେତ ସମ୍ପ୍ରତି ଭାରତର ୭୧୮ ଜିଲ୍ଲାର ଏକଚତୁର୍ଥାଂଶରେ ‘ପଜିଟିଭ୍‌’ହାର ୧୦%ରୁ ଅଧିକ ରହିଛି ।
ଭାରତରେ କୋଭିଡ୍‌-୧୯ ସଙ୍କଟ ଆୟତ କରିବା ଲାଗି ‘ଲକ୍‌ଡାଉନ୍‌’ର ସମୟ ଅବଧି କେତେ ଦୀର୍ଘ ହେବା ଉଚିତ୍‌, ତାହା ପ୍ରଥମ କରି ଜଣେ ବରିଷ୍ଠ ସରକାରୀ କର୍ମଚାରୀ ଦର୍ଶାଇଛନ୍ତି । ମୋଦୀ ସରକାରଙ୍କୁ ସମାଲୋଚନା ନ କଲେ ବି ଭାର୍ଗବ କହିଛନ୍ତି ଯେ, ସଙ୍କଟ ମୁକାବିଲା କରିବାରେ ସାମାନ୍ୟ ବିଳମ୍ବ ହୋଇଯାଇଛି ।
ଅର୍ଥନୀତି ଉପରେ କୁପ୍ରଭାବ ପଡୁଥିବାରୁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରିବାକୁ ଦୂରେଇ ରହିବା ସହ ରାଜ୍ୟ ସରକାରମାନଙ୍କ ଉପରେ ସେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.

two × 3 =