ଦେଶରେ ୩,୪୩,୧୪୪ ପଜିଟିଭ୍ : ୪୦୦୦ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ଦିନକ ମଧ୍ୟରେ ପୁଣି ୩,୪୩,୧୪୪ କରୋନା ସଂକ୍ରମିିତ ହୋଇଥିଲା ବେଳେ ୪୦୦୦ ଜଣଙ୍କର ମୃତ୍ୟୁ ଘଟିଛି ।
ଫଳରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମିତ ସଂଖ୍ୟା ୨,୪୦, ୪୬, ୮୦୯ ଓ ମୃତ୍ୟୁ ସଂଖ୍ୟା ୨,୬୨,୩୧୭ରେ ପହଞ୍ଚିଛି ।
ସେହିଭଳି ଦିନକରେ ୩,୪୪,୭୭୬ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୦୦,୭୯,୫୯୯ରେ ପହଞ୍ଚିଛି । ଏହା ବ୍ୟତିରେକେ. ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୦୪,୮୯୩ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୯୨,୯୮,୫୮୪ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୩ ତାରିଖ ସୁଦ୍ଧା ସମୁଦାୟ ୩୧, ୧୩,୨୪,୧୦୦ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୭୫,୫୧୫ଟି ନମୁନା ।

Leave A Reply

Your email address will not be published.

sixteen + 5 =