ସ୍ପୁଟନିକ୍‌-ଭି ଟିକାର ଶୁଭାରମ୍ଭ : ମୂଲ୍ୟ ୯୯୫ ଟଙ୍କା

ହାଇଦ୍ରାବାଦ: ଋଷ୍ ନିମିତ ବହୁ ଚର୍ଚ୍ଚିତ ସ୍ପୁଟନିକ୍‌-ଭି କରୋନା ଟିକାର ଆଜି ହାଇଦ୍ରାବାଦ୍‌ରେ ଶୁଭାରମ୍ଭ କରାଯାଇଛି । ଡଃ ରେଡ୍ଡି ଲାବରେଟୋରୀ ପକ୍ଷରୁ ଆଜି ସ୍ପୁଟନିକ-ଭି ଟିକା କରଣ ଆରମ୍ଭ ହୋଇଛି । ଏହି ଟିକାର ଡୋଜ୍ ପ୍ରତି ମୂଲ୍ୟ ୯୪୮ ଟଙ୍କା ରହିଛି । ତେବେ ୫% ଜିଏସ୍‌ଟି ପାଇଁ ଟିକାର ମୂଲ୍ୟ ୯୯୫ଟଙ୍କା ୪୦ ପଇସା ହୋଇଥିବା ଲାବୋରେଟୋରୀ ଘୋଷଣା କରିଛି । ତେବେ ଭାରତରେ ଏହି ଉତ୍ପାଦିତ ହେଲେ ମୂଲ୍ୟ ହ୍ରାସ ପାଇବ ବୋଲି ଡକ୍ଟର ରେଡ୍ଡି ଲାବୋରେଟୋରି ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ପହିଲାରେ ଏହି ଟିକା ଭାରତରେ ପହଞ୍ଚିଥିଲା । ଗତ ୧୩ ତାରିଖରେ ରେ ଭାରତର ସେଂଟ୍ରାଲ୍ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ଦେଇଛି । ଏବେ ଏହି ଟିକା ଋଷିଆରୁ ଆମଦାନୀ ହୋଇଥିଲା ବେଳେ ଆଗାମୀ ଦିନରେ ଭାରତରେ ତିଆରି ହେଲେ ଦର କମିବ ବୋଲି ସୂଚନା ରହିଛି । ଦେଶରେ କୋଭିଶିଲ୍ଡ, କୋଭାକ୍ସିନ୍ ପରେ ତୃତୀୟ ଟିକା ଭାବରେ ଋଷିଆର ସ୍ପୁଟନିକ୍ ଭି ଜରୁରୀକାଳୀନ ଭାବରେ ଅନୁମୋଦିତ ହୋଇଛି । ଏହି ଟିକା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।
ଋଷିଆର କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ । ଏହି ଟିକା ସବୁଠୁ ପ୍ରଭାବଶାଳୀ । ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲଶ । ହେଲେ ୪୨ ଦିନ ପରେ ଏହା ୯୫% ସଫଳ ରହିଛି ବୋଲି ଗତବର୍ଷ ନଭେମ୍ବର ୧୪ରେ ଋଷିଆ ସରକାର କହିଥିଲେ । ଆଉ ଏହା ବିଶ୍ୱର ପ୍ରଥମ କରୋନା ଟିକା । ୨୦୨୦ ଅଗଷ୍ଟରେ ଋଷିଆର ଗମାଲାୟା ବୈଜ୍ଞାନିକ ଗବେଷଣା କରି ଏହି ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିଛନ୍ତି । ଏହି ଟିକା ପ୍ରଥମେ ଋଷିଆ ରାଷ୍ଟ୍ରପତି ଭାଦମିର ପୁଟିନ୍‌ଙ୍କ ଝିଅଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା । ସେ କରୋନାରେ ଆକ୍ରାନ୍ତ ଥିଲେ ।

Leave A Reply

Your email address will not be published.

2 × 4 =