ଆମେରିକାରୁ ହଟିଲା ମାସ୍କ

ୱାଶିଂଟନ: ମହାମାରୀ କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ଆମେରିକା ଆଜି ନିଜକୁ ମାସ୍କ ମୁକ୍ତ ରାଷ୍ଟ୍ର ଘୋଷଣା କରିଛି । ଆମେରିକାର ସେଂଟର ଫର ଡିଜିଜି ପକ୍ଷରୁ ଆଜି ଦେଶରେ ମାସ୍କ ଉପରୁ କଟକଣାକୁ ହଟାଇଦେଇଛନ୍ତି । କୁହାଯାଇଛି ଯେ, ଦେଶରେ ଏକ ବୃହତ ଜନସଂଖ୍ୟାର ଟିକାକରଣ କରାଯାଇଛି । ତଥାପି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ଯେଉଁମାନେ ଦୁଇଟି ଟିକା ନେଇସାରିଛନ୍ତି ସେମାନେ ବିନା ମାସ୍କରେ ବାହାରକୁ ବାହାରି ପାରିବେ । ଆଉ ସେ ଯେହେତୁ ଦୁଇଟି ଯାକ ଟିକା ନେଇ ସାରିଛନ୍ତି ତେଣୁ ଆଜି ଏହି ଘୋଷଣା କରିବା ବେଳେ ବିନା ମାସ୍କରେ ମିଡିଆ ଆଗକୁ ଆସିଥିଲେ । ଖାଲି ଏତିକି ନୁହେଁ ସାମାଜିକ ଦୂରତା ରକ୍ଷା କରିବା ଉପରେ ମଧ୍ୟ ଥିବା କଟକଣାକୁ ହଟାଇଛନ୍ତି ସରକାର । ଏପରି କରି ମାସ୍କ ଉପରୁ ପ୍ରତିବନ୍ଧକ ହଟାଇବା ଦେଶ ମଧ୍ୟରେ ଆମେରିକା ବିଶ୍ୱରେ ଦ୍ୱିତୀୟ ଦେଶ ହୋଇଛି । ପ୍ରଥମେ ଇସ୍ରାଏଲ ମାସ୍କ ଉପରୁ କଟକଣା ହଟାଇଛି । ସିଡିସିର ଏହି ଘୋଷଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍ ଗୁରୁବାର ରୋଜ ଗାର୍ଡେନରେ ସାମ୍ବଦିକମାନଙ୍କ ସହ ଏ ବାବଦରେ କଥା ହୋଇଥିଲେ । ଆଉ ଉଭୟ ବିନା ମାସ୍କରେ ଥିଲେ । ଏହି ସମୟରେ ବାଇଡେନ କହିଛନ୍ତି, ଏହା ଏକ ବଡ ସଫଳତା । ଆଜି ଆମେରିକା ପାଇଁ ଗୋଟିଏ ବଡ ଦିନ । ଦେଶରେ ଯେହେତୁ ଅଧିକାଂଶ ଲୋକ ଟିକା ଦେଇ ସାରିଲେଣି ତେଣୁ ସିଡିସି ମାସ୍କ ଉପରୁ ସର୍ତମୂଳକ ପ୍ରତିବନ୍ଧକ ହଟାଇବାକୁ କହିଛି । ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯଦି ଜଣେ ଦୁଇଟି ଯାକ ଡୋଜ ନେଇଛନ୍ତି, ତାହେଲେ ଜଣେ ଦୀର୍ଘ ସମୟ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ । ହେଲେ ଜଣେ ଟିକା ନେଇ ନଥିଲେ ମାସ୍କ ପିନ୍ଧିବା ଆବଶ୍ୟକ ବିଇଡେନ କହିଛନ୍ତି ଯେ ମାତ୍ର ୧୧୪ ଦିନରେ ୨୫୦ ନିୟୁତ ଟିକା ଲୋକଙ୍କୁ ଦିଆଯାଇଛି । ବାଇଡେନ କହିଛନ୍ତି, ଟିକା ନେବାର ଫଳାଫଳ ମଧ୍ୟ ଆସିଛି । ୫୦ଟି ରାଜ୍ୟ ମଧ୍ୟରୁ ୪୯ଟିରେ ସଂକ୍ରମିତ ହାର କମିଛି । ଅନ୍ୟ ଦେଶରେ କରୋନା ମାରାତ୍ମକ ରହିଛି । ଆମେରିକା ବିଶ୍ୱର ସର୍ବାଧିକ ପ୍ରଭାବିତ ହୋଇସାରିଛି । ଯଦିଓ ସିଡିସି ମାସ୍କକୁ ଅନିର୍ବାର୍ଯ୍ୟ ତାଲିକାରେ ରଖି ନାହାନ୍ତି ହେଲେ ଯେଉଁ ସ୍ଥାନରେ ଟିକାକରଣ କମ୍ ରହିଛି ସେଠିକାର ଲୋକମାନେ ମାସ୍କ ପିନ୍ଧିବା ଦରକାର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

five × three =