ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ବିଶେଷଜ୍ଞ କମିଟି ଗଠିତ

ଭୁବନେଶ୍ୱର: ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟି ପୂରା ଘଟଣା ଉପରେ ନଜର ଓ ତଦାରଖ କରିବ ।
ସୂଚନା ଅନୁସାରେ, ଏସସିବି ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ କମିଟିର ଅଧ୍ୟକ୍ଷା ରହିଛନ୍ତି । ଏହାସହ କମିଟିରେ ମେଡିସିନ, ଇଏନ୍‌ଟି, ଛାତି ରୋଗ ବିଭାଗର ମୁଖ୍ୟ ଆଦି ସଦସ୍ୟ ଅଛନ୍ତି । ବିଭିନ୍ନ ହସ୍ପିଟାଲରେ ଭର୍ତି ବ୍ଲାକ ଫଙ୍ଗସ ରୋଗୀଙ୍କ ତର୍ଜମା କରିବ ଏହି ୭ ଜଣିଆ କମିଟି ପରେ ରୋଗୀଙ୍କ ସ୍ଥିତି ତର୍ଜମା କରି ଗାଇଡଲାଇନ ବି ଜାରି କରିବ କମିଟି । ତ୍ୱରିତ ରୋଗ ଚିହ୍ନଟ ଓ ପରିଚାଳନା ନେଇ ଗାଇଡଲାଇନ କରିବ କମିଟି । ସବୁ ସରକାରୀ ମେଡିକାଲ କଲେଜରେ ଏକ୍ସପର୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ଏତିକି ନୁହେଁ ବରଂ ଏଭଳି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.

4 × four =